ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ୍ , ସାନ୍ତାଳୀ ଜୋର୍ଣାଲିଷ୍ଟ ଏବଂ ମାଝୀ ପାର୍ଗାନାଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମ

ମୟୂରଭଞ୍ଜ -୨୮/୭/୨୨(ମସିହା) ସାନ୍ତାଳୀ ସମାଜର ଅନ୍ୟତମ ଅଗ୍ରଣୀ ସାମାଜିକ ସଂଗଠନ ‘ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ ଏବଂ ସାନ୍ତାଳୀ ଜୋର୍ଣାଲିଷ୍ଟ ଫୋରମ୍ ଆନୁକୁଲ୍ୟରେ ରାଇରଙ୍ଗପୁରସ୍ଥ ଷ୍ଟେସନ ରୋଗରେ ଏକ ହୋଟେଲର ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ ସ୍ବତନ୍ତ୍ର ସଭାରେ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଥିରେ ସଂଗଠନର ମୁଖ୍ୟ କାର୍ତ୍ତିକ ଚନ୍ଦ୍ର ହାଁସଦା,ପାରଗାନା ସୁଶିଲ ସୋରେନ,ପୀର ପାରଗାନା ଭାଗମାତ୍ ଟୁଡୁ, ପରମେଶ୍ବର ହେମ୍ବ୍ରମ,,ସନତ୍ ସାଓ୍ବନ୍ତା,ମାଝୀବାବା ଚୁନୁରାମ ମୁର୍ମୁ, ସାନ୍ତାଳୀ ଖବରଦାତା ବାସୁଦେବ ମୁର୍ମୁ,, କ୍ଷେତ୍ରବାସୀ ମୁର୍ମୁ,ଗଣେଶ ହାଁସଦା, ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳର ମାଝୀବାବାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏଥିରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମଙ୍ଗଳମୟ ଜୀବନ ଓ ଦୀର୍ଘାୟୁ କାମନା କରିବା ସହ ଦେଶର ହିତ ପାଇଁ ସେ ଅଧିକ ଯତ୍ନଶୀଳ ହେବେ ବୋଲି ସଭାରେ ବକ୍ତବ୍ୟ ରଖିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍

Related posts

ଜିଲ୍ଲାପାଳଙ୍କ ଦ୍ବାରା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

Sunil Chandra Nayak

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

Sunil Chandra Nayak

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!