ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଶୋକ ସଭା

ଧର୍ମଗଡ/ଗୋଲାମୁଣ୍ଡା:୨୮/୭/୨୨: ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଗୋଲାମୁଣ୍ଡା ଠାରେ ଏକ ଶୋକ ସଭା ଆୟୋଜିତ ହୋଇ ଯାଇଛି । ଗୋଲାମୁଣ୍ଡା କୃଷି ସେବା ସମବାୟ ସମିତି କାର୍ଯ୍ୟଳୟ ଠାରେ ଆୟୋଜିତ ଏହି ଶୋକ ସଭା ରେ ଦୁର୍ଗା ପ୍ରସାଦ ରାଉତ ସଭାପତିତ୍ବ କରିଥିଲେ । ସ୍ବର୍ଗତ ନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଅମର ଆତ୍ମା ର ସଦ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦିବଙ୍ଗତ ସାଂସଦ ଶ୍ରୀ ନାୟକ ଜଣେ ସିଦାସାଧା ରାଜନେତା ଥିଲେ । ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ଗ୍ରାମାଞ୍ଚଳ ର ଲୋକ ଙ୍କୁ ସେ ବ୍ୟକ୍ତି ଗତ ଭାବେ ଚିଠି ଲେଖି ଲୋକ ଙ୍କ ଅସୁବିଧା ସୁବିଧା ସମ୍ପର୍କ ରେ ବୁଝୁଥିଲେ । ଆଜି ମଧ୍ୟ ତାଙ୍କ ଦ୍ଵାରା ପ୍ରେରିତ ଚିଠି ଲୋକେ ସ୍ମୃତି ଭାବେ ସାଇତି ରଖିଛନ୍ତି ବୋଲି ସ୍ମୃତି ଚାରଣ କରି ପ୍ରସନ୍ନ ରାଉତ ପ୍ରକାଶ କରିଥିଲେ । ଶୋକ ସଭା ରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ରାଉତ, ନରସିଂହ ମୁଣ୍ଡ, ଦୀନବନ୍ଧୁ ରାଉତ, ଜାନକୀ ଚଲାନ, ପରୀକ୍ଷିତ ନାଏକ, ଭାବନି ରାଉତ, ପ୍ୟକ୍ସ ସମ୍ପାଦକ କିରଟି ପ୍ରଧାନ, ମାୟାଧର ମାଝୀ, ଓ ହେତୁରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

 

Related posts

ବିଶ୍ଵ ଓଜନ ଦିବସ ପାଳିତ

Sunil Chandra Nayak

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

Sunil Chandra Nayak

ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀ ମୃତ

Sunil Chandra Nayak

Leave a Comment

error: Content is protected !!