ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦାୟ ସମ୍ବର୍ଦ୍ଧନା ଜଣାଇଲା ନିଳମଣି ମହାବିଦ୍ୟାଳୟ 

ବାଲେଶ୍ଵର,୨୯/୭/୨୨- ବାଲେଶ୍ଵର ଜିଲ୍ଲା ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରାଧ୍ୟାପକ ବସନ୍ତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅର୍ଥନୀତି ସମ୍ମାନ ବିଭାଗ ଆନୁକୁଲ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସରୋଜ କୁମାର ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ଃ ତପନ କୁମାର ବେହେରା, ଅଧ୍ୟାପକ ଶମ୍ଭୁନାଥ ଗିରି, ଅଧ୍ୟାପିକା ପିନାକ୍ଷୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଉଚ୍ଚତ୍ତର ଅଧ୍ୟୟନ ଓ ପ୍ରତିଯୋଗୀମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବାର୍ଷିକ ଛାତ୍ରଛାତ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯଜ୍ଞେଶ୍ୱର ଗିରି, ନିବେଦିତା ମହାନ୍ତି, ହରେକୃଷ୍ଣ ବେହେରା, କଳ୍ପନା ବିଶ୍ୱାଳ, ଅର୍ପିତା ଜେନା, ଝିଲ୍ଲୀମଣି ସ୍ୱାଇଁ, ପୂଜାରାଣୀ ଗାହାଣ, ଅଞ୍ଜୁଲତା ବେହେରା, ବିଜୟ କୁମାର ବେହେରା ଓ ଅମର କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଲାଖିରାମ ହାଁସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ ମା ଚନ୍ଦ୍ରଘଣ୍ଟା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଥୁଣ୍ଟା ବରଗଛ

Sunil Chandra Nayak

ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍‌ କମାଇବାକୁ ତୈଳ କଂପାନିଙ୍କୁ କହିଲେ କେନ୍ଦ୍ରସରକାର

Leave a Comment

error: Content is protected !!