ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଲା ଗାଁ ରେ ଶୋଇଥିବା ଅବସ୍ଥାରେ ନିଆଁ ରେ ଜଳି ସ୍ବାମୀ ସ୍ତ୍ରୀ ଗୁରୁତର

କଲମପୁର ତା ୨୯.୭ (ମସିହା) -କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ବ୍ଳକ ବଲାଗାଁ ଠାରେ ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା।ଜୈନିକ ବ୍ୟକ୍ତି ନିଜ ପରିବାର ସହ ଘରେ ଶୋଇଥିବା ବେଳେ କବାଟ ଫାଙ୍କ ରୁ କେହି ଦୁର୍ବୁର୍ତ୍ତ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି।ଯାହାଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ଆହତ ହୋଇଛନ୍ତି।ସେମାନଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।ସୂଚନା ଅନୁଯାୟୀ ବଲା ଗାଁ ର ୫୦ବର୍ଷୀୟ ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଲିମ୍ବ ମାଝୀ ଘରେ ଶୋଇଥିବା ଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ କବାଟ ଫାଙ୍କ ଦେଇ ପେଟ୍ରୋଲ ଢାଳି ଦେଇ ନିଆଁ ଲଗେଇ ଦେଇଥିଲା।ଯାହାରି ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି।ଏ ନେଇ ପଡୋଶୀ ଲୋକ ସୂଚନା ପାଇବା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ବର୍ତ୍ତମାନ ଉଭୟ ଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ବରୁଣ ଙ୍କ ପ୍ରାୟ ୩୦ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଚିକିତ୍ସା ଦାଇତ୍ୱ ରେ ଥିବା ଡାକ୍ତର କହିଛନ୍ତି।ଅନ୍ୟପଟେ ଏହି ଘଟଣା ଘରୋଇ ବିବାଦ କାରଣରୁ ଝିଅ ଓ ଜ୍ବାଇଁଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ପ୍ରତିଶୋଧ ନେବା ପାଇଁ ସାନ ଜ୍ୱାଇଁ ଏଭଳି ଘଟଣା ଘଟେଇ ଥିବା ବରୁଣ ଅଭିଯୋଗ କରିବା ସହ ପୀଡିତ ବରୁଣ ଙ୍କ ପୁତୁରା ଧନଞ୍ଜୟ ମାଝୀ ବଡ଼ କୁଟୁରୁ ପୋଲିସ ଫାଣ୍ଡିରେ ଘଟଣା ସମ୍ପର୍କରେ ଲେଖିତ ଅଭିଯୋଗ କରିଥିଲେ ।ଏହା ପରେ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ ସୱନ୍ତ ଘଟଣା ସ୍ଥଳରେ ରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଚିକିତ୍ସାଧିନ

Sunil Chandra Nayak

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ବିଜୁ ଜନତା ଦଳ ର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!