ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକର ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ 

ଗୋଳାମୁଣ୍ଡା/୩୦/୭/ମସିହା/ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ହେତୁ ଅଞ୍ଚଳରେ ରୋଜଗାର ନ ପାଇ ବାହାର ଦେଶକୁ ଯାଇ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ବିଦେଶରେ ମୃତ୍ୟୁ ବରଣ କରୁଥିବା ଓ ଏହା ବାରମ୍ବାର ଘଟୁଥିବା ଘଟଣା ଅଞ୍ଚଳ ପାଇଁ ଦୁର୍ଭାଗ୍ୟଜଣକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଳେତେର ଗ୍ରାମ ପଞ୍ଚାୟତର ମକରଗୁଡ଼ା ଗ୍ରାମର ଶ୍ରୀମୁଖ ପଟେଲଙ୍କ ସାନ ପୁଅ ଇଷନାଥ ପଟେଲ ବୟସ (୨୦ )ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁ କୁ ଶବ ଆସୁଥିବା ସୁଚନା ମିଳିଛି । ଈଷନାଥ ପ୍ରାୟ ୬ମାସ ହେଲା ପରିବାରଙ୍କ ପ୍ରତିପୋଷଣ ପାଇଁ ମୁମ୍ବାଇ କୁ କାମ କରିବାକୁ ଯାଇଥିଲେ ! ଇସନାଥ ପଟେଲ ପବେଇ ହୀରା ନନ୍ଦିନୀ ଠାରେ ତ୍ରିୱଵାରୀ ମାଲିକ ପାଖରେ କାମ କରୁଥିଲେ ! ଗତ ତିନି ଦିନ ହେବ ତାଙ୍କୁ ପେଟ ବ୍ୟଥା ହେବାରୁ ମୁମ୍ବାଇର ରାଜାବାଡି ହସ୍ପିଟାଲରେ ଭର୍ତି କରାଯାଇଥିଲା ! ଚିକିତ୍ସାଧିନ ଅବସ୍ଥାରେ ଗତ ତା ୨୯/୭/୨୨ ରିଖ ଶୁକ୍ରବାର ରାତ୍ର ଘ୧ ଣ୍ଟା ସମୟରେ ମୁତ୍ୟୁ ବରଣ କରିଥିଲେ, ଶ୍ରମିକଙ୍କ ମୁତ ଦେହ ଗାଁ କୁ ଆସୁଥିବାସୁଚନା ମିଳିଛି । ମୃତକଙ୍କ ପରିବାର ଦୈନିକ ଦିନମଜୁରିଆ ପରିବାର ହୋଇଥିବାରୁ ଘଟଣା ଶୁଣି ମର୍ମାହତ ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି, ତେଣୁ ତାଙ୍କ ପରିବାରକୁ ସରକାରଙ୍କ ରେଡ଼କ୍ରସ ପାଣ୍ଟିର ଆର୍ଥକ ସାହାଯ୍ୟ ଯୋଗାଇଦେବାପାଇଁ ସାଧାରଣ ଦାବି ହେଉଛି !ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତି ଶୀଳ ମସିହା ପ୍ରତିନିଧି,

Related posts

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ

Leave a Comment

error: Content is protected !!