ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର କବିତା ଦୀନବନ୍ଧୁ

  ଦୀନବନ୍ଧୁ 

ଦୀନବନ୍ଧୁ ବୋଲି
ମାଗିନାହିଁ ପ୍ରଭୁ
କେବେହେଲେ ତତେ କିଛି !
ବନ୍ଧୁ ବନ୍ଧୁବୋଲି
ତୋପଛେ ଗୋଡ଼ାଇ
କପାଳ ଆଦରି ପଡିଛି !
ବନ୍ଧୁ ବୋଲି ମୋର
କରିନାହିଁ ହେଳା
ତୁମ ଆରାଧନା କରିଛି !
ତୁମ ଯଶ ବାନା
ଜପ ମାଳା ମୋର
ଗଣ୍ଠି ଧନ ମୁଁ କରିଛି !
ମାଗିବାକୁ ତତେ
ବହୁ ଇଚ୍ଛା ମୋର
ମାଗି ଆସେନାହିଁ କିଛି
ଯଦି ପ୍ରଭୁ ତୁମେ
ଦେବ ଦାତା ପଣେ
ହାତ ମୁଁ ପତେଇ ବସିଛି
ମଧୁସୂଦନ ମହାପାତ୍ର
ନଳାଦ୍ରି ବିହାର (ଝୁଂପାଣ )
ନଗୁଁଆ ଯାଜପୁର

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!