Uncategorizedଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ସତ୍ୟମ୍- ଶିବମ୍-ସୁନ୍ଦରମ୍ by Sunil Chandra NayakAugust 1, 20220145 Share0 ସତ୍ୟମ୍- ଶିବମ୍-ସୁନ୍ଦରମ୍ ତୁମେ ହିଁ ସତ୍ୟ ଭସ୍ମବିଭୂଷିତ ଓଁକାର ଶଶି-ଶେଖର, ଅଷ୍ଟସୁର ପାପୀ ପାପ-ସଂହାରକ ରୁଦ୍ର-ଉଗ୍ର ତୁମେ ହର l(୧) ବିରୂପାକ୍ଷ ଭାଳଚନ୍ଦ୍ର ଜଟାଧର ଭୋଳାନାଥ ମହାଦେବ, ପାପ ତାପ ହର ହେ!ଭୋଳାଶଙ୍କର ଅଗ୍ନିରୂପୀ ଅକ୍ଷି ତବ l(୨) ସାଗର ମନ୍ଥନେ ଦେବ ରକ୍ଷାକାରୀ ନୀଳକଣ୍ଠ ଯେ’ ସାଜିଲ, ଅଷ୍ଟସୁର-ଭସ୍ମାସୁର ବଧକରି ବିଶ୍ଵପ୍ରାଣ ରକ୍ଷାକଲ l(୩) କାଳୀ ମାତାଙ୍କର ପ୍ରଚଣ୍ଡ କ୍ରୋଧକୁ ତୁମେ ହିଁ ତ କଲ ଦୂର, ବିଶ୍ଵେଶ୍ଵର ମହେଶ୍ଵର ଦେବ ତୁମେ ବିଶ୍ଵକଷ୍ଟ ଦୂର କର l(୪) ପାପ ଦେଖି ତୁମେ କର ହେ ତାଣ୍ଡବ ଫେଡି଼ ତୁମ ତ୍ରିନୟନ, ଆନନ୍ଦେ ମଗନ ସାଜ ନଟରାଜ ଆହେ ! ଭୁଜଙ୍ଗଭୂଷଣ l(୫) ଫାଲ୍ଗୁନର କୃଷ୍ଣ ଚତୁର୍ଦ୍ଦଶୀ ତିଥି ମହାଶିବରାତ୍ରି କାଳେ, କନିଅର ବେଲପତ୍ର ଗଙ୍ଗାଜଳ ପୂଣ୍ୟପ୍ରଦ ଚଢ଼ଇଲେ l(୬) ଦୁଦୁରା-ଅରଖ ଫୁଲ ଶମୀ ପତ୍ର ଶିବଙ୍କୁ ସମର୍ପେ ଯିଏ ପୁଣ୍ୟ ମାସେ ଶ୍ରାବଣର ସୋମବାରେ ମନୋବାଞ୍ଛା ସିଦ୍ଧ ହୁଏ |(୭) ଶିବ ପଞ୍ଚାକ୍ଷରୀ ନାମ ଜପକରି ଜାଗର ଜାଳଇ ଯିଏ ସତ୍ୟ ଶିବ ସେଇ ସୁନ୍ଦର ଆଶିଷେ କୋଟିପୂଣ୍ୟ ଲଭେ ସିଏ l(୮) ହର-ହର-ହର ହର ମହେଶ୍ଵର ପାପ-ବ୍ୟାଧି ସଂସାରର, ଏତେ ଅଳି କରେ ଯୋଡି଼ ବେନିକରେ ହେ ! ସତ୍ୟ-ଶିବ-ସୁନ୍ଦର l(୯) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ (କଳାହାଣ୍ଡି) ଜନ୍ମଭୂମି:-ମଣ୍ଡଳ (ବଲାଙ୍ଗୀର)