ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର  ଙ୍କ କବିତା ସତ୍ୟମ୍- ଶିବମ୍-ସୁନ୍ଦରମ୍

ସତ୍ୟମ୍- ଶିବମ୍-ସୁନ୍ଦରମ୍

  ତୁମେ ହିଁ ସତ୍ୟ ଭସ୍ମବିଭୂଷିତ
      ଓଁକାର ଶଶି-ଶେଖର, 
 ଅଷ୍ଟସୁର ପାପୀ ପାପ-ସଂହାରକ 
      ରୁଦ୍ର-ଉଗ୍ର ତୁମେ ହର l(୧)
ବିରୂପାକ୍ଷ ଭାଳଚନ୍ଦ୍ର ଜଟାଧର 
    ଭୋଳାନାଥ ମହାଦେବ,
 ପାପ ତାପ ହର ହେ!ଭୋଳାଶଙ୍କର
    ଅଗ୍ନିରୂପୀ ଅକ୍ଷି ତବ l(୨)
ସାଗର ମନ୍ଥନେ ଦେବ ରକ୍ଷାକାରୀ
      ନୀଳକଣ୍ଠ ଯେ’ ସାଜିଲ,
  ଅଷ୍ଟସୁର-ଭସ୍ମାସୁର ବଧକରି 
      ବିଶ୍ଵପ୍ରାଣ ରକ୍ଷାକଲ l(୩)
କାଳୀ ମାତାଙ୍କର ପ୍ରଚଣ୍ଡ କ୍ରୋଧକୁ
    ତୁମେ ହିଁ ତ କଲ ଦୂର,
ବିଶ୍ଵେଶ୍ଵର ମହେଶ୍ଵର ଦେବ ତୁମେ
      ବିଶ୍ଵକଷ୍ଟ ଦୂର କର l(୪)
ପାପ ଦେଖି ତୁମେ କର ହେ ତାଣ୍ଡବ
     ଫେଡି଼ ତୁମ ତ୍ରିନୟନ,
ଆନନ୍ଦେ ମଗନ ସାଜ ନଟରାଜ
    ଆହେ ! ଭୁଜଙ୍ଗଭୂଷଣ l(୫)
ଫାଲ୍ଗୁନର କୃଷ୍ଣ ଚତୁର୍ଦ୍ଦଶୀ ତିଥି
     ମହାଶିବରାତ୍ରି କାଳେ,
 କନିଅର ବେଲପତ୍ର ଗଙ୍ଗାଜଳ
    ପୂଣ୍ୟପ୍ରଦ ଚଢ଼ଇଲେ l(୬)
ଦୁଦୁରା-ଅରଖ ଫୁଲ ଶମୀ ପତ୍ର 
      ଶିବଙ୍କୁ ସମର୍ପେ ଯିଏ 
ପୁଣ୍ୟ ମାସେ ଶ୍ରାବଣର ସୋମବାରେ
    ମନୋବାଞ୍ଛା ସିଦ୍ଧ ହୁଏ |(୭) 
  ଶିବ ପଞ୍ଚାକ୍ଷରୀ ନାମ ଜପକରି
       ଜାଗର ଜାଳଇ ଯିଏ
 ସତ୍ୟ ଶିବ ସେଇ ସୁନ୍ଦର ଆଶିଷେ
   କୋଟିପୂଣ୍ୟ ଲଭେ ସିଏ l(୮)
  ହର-ହର-ହର ହର ମହେଶ୍ଵର
     ପାପ-ବ୍ୟାଧି ସଂସାରର,
ଏତେ ଅଳି କରେ ଯୋଡି଼ ବେନିକରେ
   ହେ ! ସତ୍ୟ-ଶିବ-ସୁନ୍ଦର l(୯)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି:-ମଣ୍ଡଳ (ବଲାଙ୍ଗୀର)

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନୂଆଖାଇ

Sunil Chandra Nayak

ଦଲକିରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!