ଜଣାଣ
ମାନଗୋବିନ୍ଦ ସ୍ବାଇଁ
ରଥରେ ବସିଛି ଭକ୍ତ ବନ୍ଧୁ ଯିଏ
ବେଶ ପୋଷାକ ଠାଣିକି
ଦର୍ଶନ ଦେଉଛି ଭକ୍ତ ଜନ ବନ୍ଧୁ
ପୁଣ୍ୟ କରି ଦେ ଏଣିକି।
ଯାଇଥିଲି ବୁଲି ଦେଲ ନାହିଁ ଦେଖା
ନିରାଶ ଯାଉଛି ଫେରି
ଏଇ ଦୋଷ କାହା ଦେବି ସବୁ କହି
କିଏ ଶୁଣିବ ଗୁହାରୀ।
ମୋ ଭାଗ୍ୟରେ ନାହିଁ ତୁମ ଦରଶନ
ମୁ କ୍ଷଣିକ ତୋ ଭକତ
କାହାପାଇଁ ଖୋଲା କାହାପାଇଁ ମେଲା
କା ପାଇଁ ମିଳେ ଅମୃତ।
ଜୀବନ ସଂଗ୍ରାମ ସଂଘର୍ଷ କରୁଛି
ବଞ୍ଚିବାର ପ୍ରଭୁ ପଦ
ସେହି ଏକା ଦେବ ସାହସ ଶକତି
ପ୍ରଭୁ ଶେଷ ମୋ ସଂପଦ।
ଚାହିଁ ଦେଲେ ବାନା ଶତ୍ରୁ ସବୁ ଚୂନା
ଭକ୍ତିରେ ଡାକେ କାଳିଆ
ହାତ ନାହିଁ ତା’ର ଠାରିକି ଡାକୁଛି
ମୋ ପ୍ରଭୁ ସତେ ବଢ଼ିଆ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା