Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ତୁମ ଇଛା ପ୍ରଭୁ by Sunil Chandra NayakAugust 3, 2022081 Share0 ତୁମ ଇଛା ପ୍ରଭୁ ସୁରେନ୍ଦ୍ର କୁମାର ବେହେରା ଭିକାରିଟେ ମତେ କରିବାର ଇଛା ମହାପ୍ରଭୁ ଆଜ୍ଞା ହେଉ ବଡ ଦାଣ୍ଡେ ନିତି ହାତ ପାତି ମୋର ଏ ଜୀବନ ଚାଲିଯାଉ ।1। ଆଖିରେ ଆଖିଏ ଲୁହ ଦେଇଅଛ ନିତି ପ୍ରଭୁ ଝରୁଥାଉ ଖରା ବରଷାରେ ଶୀତ କାକରରେ ଭିକ ମୁଠେ ମିଳୁଥାଉ ।2। ମୋ କରମ ବାମ ଜପି ତୁମ ନାମ ସହିବି ଯାତନା ଢେଉ ନରକରେ ବାସ କରୁ ତୁମ ଦାସ ଜଗତ ଉଦ୍ଧାର ହେଉ ।3। ତୁମେ ଦୀନବନ୍ଧୁ ନୋହିଲ ମୋବନ୍ଧୁ ଏଜଗତେ ଥାଉ ଥାଉ ଅଗତିର ଗତି ଆହେ ଲକ୍ଷ୍ମୀପତି ଦୁଃଖୀ ଦୁଃଖ ଘେନାହେଉ ।4। ଆହେ ଦୟା ମୟ ହୋଇଲେ ନିର୍ଦୟ କେଦେଵ ଅଭୟ ଆଉ ଦୀନ ଅକିଞ୍ଚନ ପଶୁଛି ଶରଣ କରୁଣା ଉଣା ନହେଉ ।5। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର