ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

ମୟୂରଭଞ୍ଜ -୩/୮/୨୨ (ମସିହା)ମଣିଷ ଜୀବନ ଦୁର୍ଲଭ । ବସ୍ତୁବାଦୀ ଦୁନିଆରେ ଅର୍ଥପିପାଷୁ ମଣିଷ ଅସତ୍ ମାର୍ଗରେ ଯାଇ ଅସତ କର୍ମରେ ନିଜକୁ ଘାଣ୍ଟି ଏକ ଅଶାନ୍ତ ଜୀବନ ବିତାଉଛି । ସେଥିପାଇଁ ସମସ୍ତଙ୍କ ପାଇଁ ଏକମାତ୍ର ପଥ ସତସଙ୍ଗ,ସତକର୍ମ,ସତ୍ୟବଚନ ଆବଶ୍ୟକ । ସାଂପ୍ରତିକ ପରିସ୍ଥିତିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏବଂ ଶ୍ରୀ ଶ୍ରୀ ବଡମା’ଙ୍କ ନୀତି ଆଦର୍ଶ ,ବାଣୀ ସମସ୍ତଙ୍କ ପାଇଁ ଅନୁକରଣୀୟ ହେବା ଉଚିତ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସତସଙ୍ଗ ବିହାର କେନ୍ଦ୍ର ପରିସରରେ ପରମ ଆରାଧ୍ୟ ଜଗତଜନନୀ ଶ୍ରୀ ଶ୍ରୀ ବଡମା’ଙ୍କର ୧୨୯ ତମ ଜନ୍ମୋତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ସମସ୍ତ ଗୁରୁଭାଇ ଓ ଗୁରୁମା’ଙ୍କ ଦ୍ବାରା ନଗର ପରିକ୍ରମା,ନାମ ଜପ, ପ୍ରାର୍ଥନା ଏବଂ ଧର୍ମ ଗ୍ରନ୍ଥାଦି ପଠନ କରାଯାଇଥିଲା । ଶ୍ରୀମତୀ ଶୁଚିସ୍ମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମାତୃସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ତପସ୍ଵିନୀ ମହାକୁଡ଼ ଏବଂ ଶ୍ରୀମତୀ ସୁଧାଂଶୁବାଳା ପଟ୍ଟନାୟକ ଶ୍ରୀ ଶ୍ରୀ ବଡମା’ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅପରାହ୍ନ ୧୧ ଘଟିକାରେ ରିତ୍ବିକ ଶ୍ରୀ ହରିହର ଦାସଙ୍କ ସଭାପତିତ୍ବରେ ସତସଙ୍ଗ ସଭା ଆୟୋଜିତ ହୋଇଥିଲା। ଏଥିରେ ସତ୍ଯାନୁସରଣ ପାଠ କରିଥିଲେ ଇଂ ଦେବାଶିଷ ମହାପାତ୍ର (ଯାଜକ) । ପରବର୍ତ୍ତୀ ପର୍ଯ୍ୟାୟରେ ଭକ୍ତି ସଂଗୀତ ପରିବେଷଣ କରିଥିଲେ ଶ୍ରୀମତୀ ପ୍ରିତୀଲତା ପଟ୍ଟନାୟକ ଏବଂ ଶ୍ରୀମତୀ ସୋନାଲି ବାରିକ,କୋରସ ପରିବେଷଣ ଡଃ ପ୍ରଣବେଶ ପଟ୍ଟନାୟକ(ଯାଜକ) ଏବଂ କୀର୍ତ୍ତନ ପରିବେଷଣ କରିଥିଲେ ଶ୍ରୀ ବିଜୟ କୁମାର ଦାସ(ଯାଜକ) । ସ୍ଥାନୀୟ ସତସଙ୍ଗ ବିହାର ସେକ୍ରେଟାରୀ ରିତ୍ବିକ ଡଃ ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଝାଡ଼ଖଣ୍ଡ ଜାମସେଦପୁରର ରିତ୍ବିକ ଇଂ ଭାସ୍କର ଶରଣ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏବଂ ଶ୍ରୀଶ୍ରୀ ବଡମା’ଙ୍କ ର ଦିବ୍ୟ ଜୀବନ ଓ ବାଣୀ ଉପରେ ଆଲୋକପାତ କରିଥିଲେ । ଆଡଭୋକେଟ ରବୀନ୍ଦ୍ର ପଟ୍ଟନାୟକ, ଟେକ୍ନୋଓ୍ବାର୍ଲଡ ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନ ର ସଂପାଦକ ରିତ୍ବିକ ଡଃ ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବାସହ ସମାଜରେ ଶାନ୍ତି,ପ୍ରେମ,ସଂହତି ବଜାୟ ରଖି ଏକ ସଂସ୍କାରପୁର୍ଣ୍ଣ ଜୀବନୀ ଶୈଳୀ ଅତିବାହିତ କରିବା ପାଇଁ ଶ୍ରୀ ଶ୍ରୀ ବଡମା’ଙ୍କ ଭାବାଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ କହିଥିଲେ । ଏହି ସତସଙ୍ଗରେ ଅନୁଷ୍ଠାନର ସମସ୍ତ ଗୁରୁଭାଇ, ଭଉଣୀଙ୍କ ସମେତ ରାଇରଙ୍ଗପୁର ଆଖପାଖ ତଥା ଜାମଦା,କୁସୁମୀ,ହାଟବାଦଡା,ବହଳଦା,ତିରିଂ,ବିଞ୍ଝୁଆ,ଝରାଡିହି,ଗମ୍ଭାରିଆ,ଗୋରୁମହିଷାଣୀ,ବଡାମତଳିଆ,ବିଶୋଇ,ତାଳଗାଁ,ବାଦାମପାହାଡ,ବଡଡାଳିମା,ତିରିଂ ବହୁ ଗୁରୁଭାଇ ଓ ଗୁରୁମା’ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପ୍ୟାରୀମୋହନ ସାହୁ,ଶ୍ରୀ ଆହ୍ଲାଦ ଦାସ,ଶ୍ରୀ ଚନ୍ଦ୍ରକାନ୍ତ ଗୋପଲଙ୍କ ସମେତ ଅନୁଷ୍ଠାନର ଗୁରୁ ଭାଇ ଏବଂ ଗୁରୁମା’ ପରିଚାଳନାରେ ସହଯୋଗ କରିଥିଲେ ।କରୋନା କଟକଣା ପାଇଁ ଦିର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ବ ହେଲା ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିଲା । ଚଳିତ ବର୍ଷ ଏଭଳି ଭବ୍ୟ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ସମସ୍ତେ ଆନନ୍ଦିତ ଓ ସନ୍ତୋଷ ପ୍ରକାଶ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଗଛରେ ଚଢ଼ିଥିଲା ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହଜିଲା ଦିନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାଶତଣ୍ଡୀ ଏବେ ହସିଲାଣି

Sunil Chandra Nayak

Leave a Comment

error: Content is protected !!