ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମବାୟ ସମିତିର ଡାଇରେକ୍ଟରଙ୍କ ପ୍ରଥମ ବୈଠକ ଅନୁଷ୍ଠିତ 

ରାଇଘର ୩/୮ (ମ ନି ସ) ନବରଙ୍ଗପୁର ଜିଲ୍ଲା ରାଇଘର ସମବାୟ ସମିତିର ନବ ନିର୍ବାଚିତ ଡାଇରେକ୍ଟର ମାନଙ୍କୁ ନେଇ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସମବାୟ ସମିତି କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ବୈଠକ ରେ ଲ୍ଯାମ୍ପ୍ସ ସଭାପତି ରାଇସିଂ ଗଣ୍ଡ ସଭାପତିତ୍ୱ ଗ୍ରହଣ କରିଥିବା ବେଳେ ଉପ ସଭାନେତ୍ରୀ ନିଳାବତୀ ହନ୍ତାଳ ଓ ପରିଚାଳନା ନିର୍ଦ୍ଦେଶକ  ନିରାକାର ରାଉତ ମଞ୍ଚାସିନ ଥିଲେ l ଏହି ବୈଠକରେ ଚଳିତ ବର୍ଷର ଖରିଫ ଋଣ କୁ ନେଇ ଆଲୋଚନା ହୋଇଥିଲା | ଚଳିତ ବର୍ଷର ଟାର୍ଗେଟ ଠାରୁ ମାତ୍ର ୩୫ ପ୍ରତିଶତ ପ୍ରଦାନ କରାଯାଇଥିବାରୁ ଖୋଭ ପ୍ରକାଶ ହୋଇଥିଲା | ଚାଷୀ କିଭଳି ଋଣ ପାଇବେ ଏବଂ ଋଣ ଆଦାୟ କିଭଳି ହେବ ଏ ନେଇ ଆଲୋଚନା ହୋଇଥିଲା | ଫେଡେରେସନ ଠାରୁ କିଭଳି ଅଧିକ ୟୂରିୟା ସାର ଆସିବ ଏବଂ ଖୁଚୁରା ଚାଷୀ କିଭଳି ଭାବେ ସାର ପାଇବେ ସେ ନେଇ ଆଲୋଚନା ହୋଇଥିଲା | ଗୋନା , ହାଟଭରାଣ୍ଡି , ରାଇଘର ,ଜୋଡିଙ୍ଗା , ମହଣ୍ଡ ଆଦି ପଞ୍ଚାୟତରେ ଚାଲୁଥିବା ମଣ୍ଡି ପାଇଁ ସ୍ଥାୟୀ ସରକାରୀ ଜାଗା ନିମନ୍ତେ ପ୍ରସ୍ତାବ ପକା ଯାଇଥିଲା l ଏହି ଅବସରରେ  ଡାଇରେକ୍ଟର ମାନଙ୍କ ମଧ୍ୟରୁ  ରଘୁ ଗଣ୍ଡ , ପରମେଶ୍ବର ଶ୍ରୀବାସ୍ତବ, ଚିତ୍ତରଞ୍ଜନ ଗଣ୍ଡ , ହରେନ୍ଦ୍ରସିଂ ସିଙ୍ଘର , ଦେବେନ୍ଦ୍ର ମିଶ୍ର , ସୁଶିଲ କୁମାର ବର୍ମନ, ଚନ୍ଦନ ସିଂ ଗଣ୍ଡ , ବିଗମ ବାଈ ଗଣ୍ଡ , ମାଳତୁ ଗଣ୍ଡ , ରାମବିଲାସ ଗଣ୍ଡ , ବିନ୍ଦ ବାଈ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମଣିଷ

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଗୁରୁ ହିଁ ସାକ୍ଷାତ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!