ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତୁଳସୀପଦର ଝାଡ଼ାବାନ୍ତି ବ୍ୟାପିବା ଘଟଣା , ନବରଙ୍ଗପୁର ମେଡିକାଲ ଟିମ ପହଂଚି ଅନୁଧ୍ୟାନ

ପାପଡାହାଣ୍ଡି,4/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ତୁଳସୀପଦର ଗ୍ରାମରେ କିଛି ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ଘଟଣାରେ ଗୁରୁବାର ଏଡିଏମଏଓ ପହଂଚି ଅନୁଧ୍ୟାନ କରିଛନ୍ତି | ଗ୍ରାମରେ ବୁଧବାର ଆକ୍ରାନ୍ତ ହୋଇ ରହିଥିବା ଆଠ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି | ଗ୍ରାମର ନଳକୂପ ଓ ନାଳର ପାଣି ପରୀକ୍ଷା ଲାଗି ନିଆ ଯାଇଛି | ଗ୍ରାମରେ ଏକ ଡାକ୍ତରୀ ଦଳ ରହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି | ନବରଙ୍ଗପୁର ADMO ଡ଼ଃ ମଳୟ ରଞ୍ଜନ ତ୍ରିପାଠୀ ଓ ମେଡିକାଲ ଷ୍ଟାଫ ପହଞ୍ଚି ଗାଁ ସାରା ଲୋକଙ୍କୁ ଗରମ ପାଣି ପିଇବା,ହାତକୁ ସାବୁନ ସହିତ ଧୋଇବା, ନଳକୂପ କୁ ସଫା ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଝାଡା ବାନ୍ତିର କାରଣ ଦୂଷିତ ପାଣିର ବ୍ୟବହାର କରିବାରେ ଏହି ରୋଗ ହୋଇଛି ବୋଲି ଡ଼ଃ ମଳୟ ତ୍ରିପାଠୀ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଆଉ 5/6 ଦିନ ସେହି ଗାଁରେ ଡାକ୍ତରୀ ଦଳ ରହି ଲୋକଙ୍କ ଚିକିତ୍ସା କରାଯିବ ବୋଲି କହିଛନ୍ତି । ଦୁଇଟି ନଳକୂପ ର ପାଣି ଓ ସେହି ଗାଁରେ ଥିବା ନାଳ ପାଣି କୁ ପରୀକ୍ଷା କରିବାକୁ ନେଇଛନ୍ତି । ଆସିଥିବା ଡାକ୍ତରୀ ଦଳ ଗାଁର ପ୍ରତ୍ୟେକ ଗୃହକୁ ଯାଇ ସମସ୍ତଙ୍କୁ ଆଇରନ ବଟିକା ଦେବା ସହ ସଫା ସୁତୁରା ରହିବା ତା ସହିତ ମଇଳା ଥିବା ଜାଗା କୁ ସଫା କରିବାକୁ ଡ଼ଃ ମଳୟ ପରାମର୍ଶ ଦେଇଥିଲେ ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହ ଗ୍ରାମ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଯାଇଛି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

Sunil Chandra Nayak

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

Sunil Chandra Nayak

Leave a Comment

error: Content is protected !!