ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

 ଗ୍ରାମବାସୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦବୀକଲେ

ଜୁନାଗଡ଼,୪/୮(ମ ନି ସ) କଳାହାଣ୍ଡି ଜିଲ୍ଲାରେ ଏବେ ଚୋରି ରାହାଜାନୀ ଦିନଦିନ ବୃଦ୍ଧି ପାଇଥିବା ବେଳେ ଗତ ୨ ମାସ ହେବ ବିଭିନ୍ନ ବ୍ଲକରେ ଏହି ଡକାୟତି ଗ୍ୟାଙ୍ଗମାନେ ସକ୍ରିୟ ହୋଇ ଉଠିଛନ୍ତି । ଅନେକ ଲୋକଙ୍କ ଘର ଭାଙ୍ଗି ଭିତରକୁ ପଶି ସଞ୍ଚିତ ଟଙ୍କା ,ସୁନା ନେବା ସହିତ ମରଣାନ୍ତ ଆକ୍ରମଣ ମଧ୍ୟ କରୁଛନ୍ତି । ଏହି ଭୟ ଲୋକଙ୍କୁ ଏମିତି ଘାରିଛି ଯେ ଲୋକେ ଗାଁ ମାନଙ୍କରେ ରାତିରେ ଉଜାଗର ରହି ଗାଁ ଓ ପରିବାରକୁ ସୁରକ୍ଷା ଦେବା ପାଇଁ ରାତିରେ ପହରା ଦେଉଛନ୍ତି । ଅନ୍ୟ ପକ୍ଷରେ ଗ୍ରାମବାସୀ ମାନେ ମଧ୍ୟ ସୁରକ୍ଷା ଦେବା ଆଳରେ କିଛି ନ ଜାଣି ନ ବୁଝି ଆଇନକୁ ନିଜ ହାତକୁ ନେଇ ଅକାରଣେ କିଛି ଅଚିହ୍ନା ନିର୍ଦୋଷ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସାନଫୁର୍ଲା ଗାଁ ରେ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚଳିତ ଅଗଷ୍ଟ ୨ ତାରିଖ ଦିନ ୯ ଟା ସମୟରେ ବଲଧିଆମାଲ ଗ୍ରାମର ଯୁଗସନ ପରାଭୂଏ ଓ ତାଙ୍କ ନିଜ ସମ୍ପର୍କୀୟ ମଧୁ ପରାଭୂଏ ଦୁହେଁ ମିଶି କାମ କରିଥିବା ଟଙ୍କା ମାଗିବା ପାଇଁ କାଲୋପଲା ଗାଁକୁ ଯାଇଥିଲେ । ସେଠାରୁ କାମ ସାରି ଏକ କେନାଲ ରାସ୍ତା ଦେଇ ସାନଫୁର୍ଲା ଗାଁ ପଟ ହୋଇ ନିଜ ଗାଁ ବଲଧିଆମାଲକୁ ଫେରୁଥିଲେ । ଦୁହିଁ ଙ୍କୁ ଶୋଷ ହେବାରୁ ସାନଫୁର୍ଲା ଗାଁ ରାସ୍ତା ପାଖରେ ଥିବା ଏକ ନଳକୂପର ପାଣି ପିଉଥିବା ବେଳେ ଗାଁର ଲିଙ୍ଗରାଜ ବନ୍ଧିଛୋଡ, ସତ୍ୟରାଜ ବନ୍ଦିଛୋଡ ଦୁହେଁ ଦୁଇ ଜଣଙ୍କୁ ଅଟକ ରଖି ଚୋର ଚୋର ବୋଲି ଗ୍ରାମବାସୀଙ୍କୁ ଡାକିଥିଲେ । ଫଳରେ ଗ୍ରାମବାସୀ ଆସି ଗାଁ ରେ ଥିବା କ୍ଳବରେ ଦୁହିଁଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରି ମରଣାନ୍ତକ ଆକ୍ରମଣ କରିଥିଲେ ।ଏପରିକି ଏହି ଘୃଣ୍ୟ କାର୍ଯ୍ୟରେ ଜଣେ ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ସାମିଲ ଥିବା ଭିଡିଓ ଘୁରିବୁଲୁଛି। ଗ୍ରାମବାସୀଙ୍କୁ ଆଧାର କାର୍ଡ ପରିଚୟ ଦେବା ସହିତ ନିର୍ଦୋଷ ବୋଲି ନେହୁରା ହୋଇଥିଲେ ସୁଦ୍ଧା ଛାଡି ନ ଥିଲେ ବୋଲି ସେମାନେ ଜୁନାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ଏହି ଦୁଇଜଣ ଆସୁଥିବା ବାଇକର ଡିକି ରେ କାମ କରିଥିବା ୧୫ ହଜାର ଟଙ୍କାକୁ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଥାନାରେ ଅଭିଯୋଗ ହେଲା ପରେ ମଧ୍ୟ ପୁଲିସ କାହାକୁ ଗିରଫ କରିନଥିବାରୁ ବଳଦିଆମାଲ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀରେ ବଲଧିଆମାଲ ଗ୍ରାମବାସୀ ଥାନାକୁ ଆସି ଘେରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ ଦାବୀ କରିଥିଲେ।ଜୁନାଗଡ଼ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ରତିନାରାୟଣ ରାଉତ ଙ୍କ କବିତା ନୀଳକନ୍ଦର

Sunil Chandra Nayak

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ

Sunil Chandra Nayak

ଦକ୍ଷ ଥାନା ଅଧିକାରୀ ଙ୍କୁ ପ୍ରଥମ ସଫଳତା, କାର୍ଯ୍ୟଭାର ଗ୍ରହଣ ର ପ୍ରଥମ ଦିନରେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ ଚୋରି ଉଦ୍ୟମ କୁ କଲେ ପଣ୍ଡ

Leave a Comment

error: Content is protected !!