ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଏ କେଉଁ ପ୍ରକାର ମୋହ ।।

।। ଏ କେଉଁ ପ୍ରକାର ମୋହ ।।

   

                   କୈଳାସ ଚ଼ନ୍ଦ୍ର ପାଢ଼ୀ

କୋଟି ବୁଭୁକ୍ଷୂ ର ଆର୍ତ୍ତ ଚ଼ିତ୍କାରେ
                ଥରିଉଠେ ଯେଉଁ ମାଟି,
ସ୍ବାଧୀନତାର ଲୋହିତ ସୂର୍ଯ୍ୟ
                କେମିତି ଉଠିଛି ଫୁଟି ।
ଏ ନୁହେଁ ସାମ୍ୟବାଦ
ସବଳ ହାତରେ ସ୍ବାଧୀନତା ଏଠି
ଦୁର୍ବଳର ଯେ 
             ଜୀବନ-ମର୍ମନ୍ତୁଦ ।।
ଗୀତାବାଣୀ ଆଜି ପ୍ରଚ଼ାର ପ୍ରସାର
             ଧର୍ମକୁ ଆଖି ଠାର,
ଜହ୍ଲାଦ ରଚ଼େ ମନୁ ସଂହିତା
             ସ୍ଥିତି ଆଉ ପ୍ରଳୟର।
ଭଗବାନ ଏଠି କିଏ ?
ଏଇ ପ୍ରଶ୍ନଟି ନିଜକୁ ନିଜେ ମୁଁ
ପଚାରିଛି କେତେଥର
              ଉତ୍ତର ନାହିଁ ପାଏ ।।
କର୍ପୂର ନାହିଁ କପଡ଼ାଟା ଏଠି
             ଆଖିରେ ଚ଼ମକ ବୋଳେ,
କପଡ଼ାର ତଳେ ନାଗଶିଶୁ ତାର
             ଉତ୍ ଫଣ ଫଣା ତୋଳେ।
ନୀଳ-ନୀଳିମାର ତଳେ
ବିସ୍ତାରେ କାୟା ଝଡ଼-ନିର୍ମମ
ଲୁଟି ନେବା ପାଇଁ ଶିରୀ-ସଂପଦ
ଜୀବନ-ଜୀବିକା
              ଅନାୟାସେ-ଅବହେଳେ।।
ସ୍ଥିତି-ପ୍ରଳୟର ଘଡ଼ି ସନ୍ଧିରେ
              ସୃଷ୍ଟି ଦୋଳାୟମାନ,
ନିଖୋଜ ଏଠାରେ ସାହିତ୍ୟ-ସଂସ୍କୃତି
              କୁତ୍ସିତ-ସ୍ବାଭିମାନ 
ଆତ୍ମୀୟତାରେ ଦ୍ରୋହ-
ସର୍ବନାଶକୁ ସ୍ବାଗତ କରିବା
ସୂତ ପୁତ୍ର ର
            ଏ କେଉଁ ପ୍ରକାର ମୋହ ??
           

କୁମାର ପୁର। ଅନନ୍ତ ପୁର।

ବସୁଦେବ ପୁର ।ଭଦ୍ରକ ।

Related posts

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଚିଲିଚିଲା ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!