ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

ଡାବୁଗାଁ, ୪/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସଦର ମହକୁମା ଜୟନ୍ତୀନଗର ଠାରେ ଗୁରୁବାର ରାତ୍ରିରେ ଗେଟ ଭାଙ୍ଗି ଏକ ମୋଟର ସାଇକେଲ ଚୋରି ହୋଇଛି । ସୂଚନାଯୋଗ୍ୟ  ଜୟନ୍ତୀନଗର ର ହରିକୃଷ୍ଣ ନାୟକ ଗୁରୁବାର ରାତ୍ରି ପ୍ରାୟ ୯ ଘ ସମୟରେ ନିଜ ଦୋକାନରୁ ନିଜ ଘରକୁ ଯାଇଥିଲେ | ପରେ ସେ ଘର ବାରଣ୍ଡା ଗ୍ରୀଲ କୁ ଭଲ ଭାବରେ ଦେଇ ଘର କବାଟ ଦେଇ ଘର ଭିତରକୁ ଚାଲିଯାଇଥିଲେ । ସକାଳୁ ଉଠିବା ପରେ ତାଙ୍କ ସ୍ତ୍ରୀ ବାହାରକୁ ଫୁଲ ତୋଳିବାକୁ ବାହାରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଏକ ହିରୋ ସ୍ପ୍ଲେଣ୍ଡର ବାଇକ ନଂ ଓଆର ୦୭ ଏଲ ୩୮୦୯ ଚୋରି ହୋଇଯାଇଛି । ଏକଥା ଯାଇ ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଚୋରି ହୋଇଥିବା କଥା ଗ୍ରାମରେ ପ୍ରସାର ହେବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖାଦେଇଛି । ଦିନକୁ ଦିନ ଡାବୁଗାଁ ଅଞ୍ଚଳରେ ଚୋରି ର ମର୍ତ୍ତା ବଢ଼ିବାରେ ଲାଗିଛି । ଚୋର ପୋଲିସ କୁ ଓପେନ ଚ୍ୟାଲେଞ୍ଜ ଦେଉଛି ନା ପୋଲିସ ଚୋର ଲୁଚକାଳି ଖେଳ ଚାଲିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏନେଇ ହରିକୃଷ୍ଣ ଶୁକ୍ରବାର ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଏହା ପୂର୍ବରୁ ୭/୮ ଦିନ ଡାବୁଗାଁ ବଜାର ଉପରେ ପୋଲିସ ବିଟ ହାଉସ କୁ ଲାଗିକରି ଥିବା ଏକ ମୋଟର ପାର୍ଟ୍ସ ଦୋକାନର କାନ୍ଥ ଖୋଳି ଚୋର ଚୋରୀ କରି ନେଇଥିଲେ | ଏହାସହ ୨ ଟି ବିଦ୍ୟାଳୟରୁ ମଧ୍ୟ ଜିନିଷ ଚୋରୀ ହୋଇଥିଲା |

ଡାବୁଗାଁ ରୁୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ଆଇଡ଼ିଏଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେଲା ବାଇକ , ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତର 

Sunil Chandra Nayak

Leave a Comment

error: Content is protected !!