ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାଳିଆ ଜୁହାର ବଳିଆ ଜୁହାର
    ଜୁହାର ସାନ ଭଉଣୀ
ସରବେ ଜୁହାର ପୂଜା ଫୁଲ ଦେଇ
   କହୁଛି ଦୁଃଖ କାହାଣୀ।
ତୋଧଣ୍ଡା ତୂଳସୀ ପାଦୁକା ପାଇଲେ
   ମନରେ ଆସେ ପବିତ୍ର
ଯୁଆଡ଼େ ଯାଉଛି ତୋ ନାମ ଧରିକି
    ପଥ ଦିଶୁଛି ସ୍ବତନ୍ତ୍ର।
ମଥାରେ ଚନ୍ଦନ ହାତେ ନେଇ ଜଳ
   ମନ୍ତ୍ର ପବିତ୍ର ଶରୀର
ଯେତେ ଦୁଃଖ ଆସେ ପ୍ରଭୁ ପାରି କର
   ଏତିକି ମାଗେ ପୟର।
ଯୁଆଡ଼େ ଥିଲେବି ନାମ ଧରି ଦେଲେ
     ପାପ ହୋଇ ଯାଏ ସଫା
ପ୍ରଭୁଙ୍କ ଭଜନ ଗାଇ ଦେଲେ ଥରେ
     ଭକ୍ତିରେ ମିଳଇ ଶୋଭା।
ଚନ୍ଦନ ସୁବାସ ମହକ ବାସୁଛି
   ଭକତ ଆସଇ ସ୍ରୋତ
ତୋ ଭୋଗ ପ୍ରସାଦ ଆନନ୍ଦ ରହିଛି
    ଭକ୍ତ କୁ ମିଳେ ଅମୃତ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

 

Related posts

କୁନା ସେଠୀ ଙ୍କ କବିତା ଫେରିବ କାଳିଆ ସୁନା

ଖେଳଶିକ୍ଷୟତ୍ରୀ ଙ୍କ ଘରୁ ଚୋରି , ସୁନା, ଟଙ୍କା, ମୋବାଇଲ୍ ସମେତ ବହୁ ସାମଗ୍ରୀ ଚୋରି ଅଭିଯୋଗ

Sunil Chandra Nayak

ରଜ ସୁନ୍ଦରୀ- ୨୦୨୨ ମୁକୁଟ ପିନ୍ଧିଲେ ଆନନ୍ଦପୁରର ସ୍ମୃତିରେଖା 

Sunil Chandra Nayak

Leave a Comment

error: Content is protected !!