ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାଳିଆ ଜୁହାର ବଳିଆ ଜୁହାର
    ଜୁହାର ସାନ ଭଉଣୀ
ସରବେ ଜୁହାର ପୂଜା ଫୁଲ ଦେଇ
   କହୁଛି ଦୁଃଖ କାହାଣୀ।
ତୋଧଣ୍ଡା ତୂଳସୀ ପାଦୁକା ପାଇଲେ
   ମନରେ ଆସେ ପବିତ୍ର
ଯୁଆଡ଼େ ଯାଉଛି ତୋ ନାମ ଧରିକି
    ପଥ ଦିଶୁଛି ସ୍ବତନ୍ତ୍ର।
ମଥାରେ ଚନ୍ଦନ ହାତେ ନେଇ ଜଳ
   ମନ୍ତ୍ର ପବିତ୍ର ଶରୀର
ଯେତେ ଦୁଃଖ ଆସେ ପ୍ରଭୁ ପାରି କର
   ଏତିକି ମାଗେ ପୟର।
ଯୁଆଡ଼େ ଥିଲେବି ନାମ ଧରି ଦେଲେ
     ପାପ ହୋଇ ଯାଏ ସଫା
ପ୍ରଭୁଙ୍କ ଭଜନ ଗାଇ ଦେଲେ ଥରେ
     ଭକ୍ତିରେ ମିଳଇ ଶୋଭା।
ଚନ୍ଦନ ସୁବାସ ମହକ ବାସୁଛି
   ଭକତ ଆସଇ ସ୍ରୋତ
ତୋ ଭୋଗ ପ୍ରସାଦ ଆନନ୍ଦ ରହିଛି
    ଭକ୍ତ କୁ ମିଳେ ଅମୃତ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

 

Related posts

ଧାନ କିଆରୀକୁ ଜଗିବାକୁ ଯାଇ ଦନ୍ତା ହାତୀର ହାବୁଡ଼ରେ ଚାଷୀ ଆହତ

Sunil Chandra Nayak

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

Leave a Comment

error: Content is protected !!