ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା, ପୁରାଣ କାହାକୁ କୁହାଯାଏ

ଆସନ୍ତୁ ଜାଣିବା, ପୁରାଣ କାହାକୁ କୁହାଯାଏ

 

    ହିନ୍ଦୁ ଧର୍ମ ଗ୍ରନ୍ଥରେ ବିଶ୍ବର ଉତ୍ପତ୍ତି ଠାରୁ ଆରମ୍ଭ କରି ଜନ୍ମ ମୃତ୍ୟୁର ସଂପୂର୍ଣ୍ଣ ରହସ୍ୟ ବର୍ଣ୍ଣିତ ହୋଇଛି । ପୁରାଣ ହେଉଛି ହିନ୍ଦୁ ଧର୍ମ ସମ୍ବନ୍ଧୀୟ ପ୍ରସିଦ୍ଧ ଗ୍ରନ୍ଥ । ପୁରାଣରେ ପ୍ରାଚୀନ ମୁନି ଋଷି ଏବଂ ରାଜାଙ୍କ ବିଷୟରେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରାଯାଇଛି । ସାଧାରଣ ଶବ୍ଦରେ କହିଲେ ବୈଦିକ କାଳ ପରେ ବର୍ଣ୍ଣିତ ଗ୍ରନ୍ଥ ଗୁଡିକୁ ପୁରାଣ କୁହାଯାଏ । ଭାରତୀୟ ଜୀବନ ଧାରାରେ ଯେଉଁ ଗ୍ରନ୍ଥର ସ୍ଥାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତାହାକୁ ଧର୍ମଦେବ ଓ ପୁରାଣ କୁହାଯାଏ । ମହର୍ଷି ବେଦବ୍ୟାସଙ୍କ ଦ୍ବାରା ୧୮ ପୁରାଣରେ ଅଲଗା ଅଲଗା ଦେବାଦେବୀଙ୍କ ପାପ-ପୁଣ୍ଯ, ଧର୍ମ-ଅଧର୍ମ, କର୍ମ ଓ ଅକର୍ମ ସମ୍ବନ୍ଧରେ ଲିପିବଦ୍ଧ ହୋଇଛି ।

        ପୁରାଣ ଶବ୍ଦର ଅର୍ଥ ହେଉଛି ପ୍ରାଚୀନ କଥା । ପୁରାଣ ବିଶ୍ବ ସାହିତ୍ୟର ପ୍ରାଚୀନତମ ଗ୍ରନ୍ଥ ଅଟେ । ଅନେକ ରହସ୍ୟ ଏବଂ ଜ୍ଞାନକୁ ନେଇ ଲିପିବଦ୍ଧ ହୋଇଛି । ବେଦର ଭାଷା ଓ ଶୈଳୀ ଅତ୍ୟନ୍ତ କଠିନ ଅଟେ । କିନ୍ତୁ ପୁରାଣରେ ଏହାର ଜ୍ଞାନ ସହଜ ତଥା ରୋଚକ ଭାବେ ବର୍ଣ୍ଣିତ ହୋଇଛି । ବେଦର ଜଟିଳ ତଥ୍ୟକୁ କଥାବସ୍ତୁ ମାଧ୍ୟମରେ ସାଧାରଣ ବୋଧଗମ୍ୟ କରାଯାଇଛି । ପୁରାଣରେ ଦୁନିଆର ସବୁଠାରୁ ପ୍ରାଚୀନ, ପବିତ୍ର ହିନ୍ଦୁ ଧର୍ମ ତଥା ଦେବୀ, ଦେବତାଙ୍କ ବର୍ଣ୍ଣନା ହୋଇଛି । କୁହାଯାଏ ଯେ, ସୃଷ୍ଟିର ରଚୟିତା ବ୍ରହ୍ମା ସର୍ବପ୍ରଥମେ ଯେଉଁ ପ୍ରାଚୀନ ଧର୍ମଗ୍ରନ୍ଥ ରଚନା କରିଥିଲେ ତାହାକୁ ପୁରାଣ ଭାବେ ସ୍ବୀକାର କରାଯାଏ । ପୁରାଣର ମୁଖ୍ୟ ବ୍ରହ୍ମା , ବିଷ୍ଣୁ ତଥା ମହେଶ । ହିନ୍ଦୁ ଧର୍ମରେ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ତ୍ରିଦେବ କୁହାଯାଏ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

ପୋଡାପୁଡା ପଞ୍ଚୁକ ମହୋତ୍ସବ ପ୍ରଥମ ସଂଧ୍ଯା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!