ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

ଫୁଲ ,ଫଗୁଣ ଓ ମଳୟ

ଉପେନ୍ଦ୍ର କୁମାର ବସ୍ତିଆ

   
ଫଗୁଣ ଡାକିଲା ଫୁଲ ରାଣୀ ଆସ    
    ମଳୟ ଅଛିମୋ ସାଥିରେ 
ମନ ଭରି ତୁମେ ଝୁଲାରେ ଝୁଲିବ 
    ଗହଳିଆ ଲତା କୁଞ୍ଜରେ ।।
ଫୁଲରାଣୀ କୁହେ ପ୍ରସ୍ଫିଟିତ ମୁହିଁ 
    ଲାଗେ ମୋତେ ଭାରି ଡର 
ତୁମେ ଲୁଟିନେଲେ ମୋ ନବ ଯୌବନ 
    ଉଜିଡିବ ତନୁ ମୋର ।।
ସାଇତି ରଖିଛି ତନମନ୍ ମୋର 
    ପ୍ରିୟ ମଧୁ ଲିଟ ପାଇଁ 
ସେ ଯେବେ ଆସିବେ ମୋ ମଧୁ ଚୁମ୍ବିବେ 
    ଦଂଶନର ଜ୍ୱଳାଦେଇ ।।
ମତୁଆଲା ହୋଇ ହରଷେ ମଜିବୁ 
    କରିବୁ ପ୍ରୀତି ମାଜଣା 
ଦୁହେଁ ସାଥୀ ହୋଇ ଯିବୁ ତୁମ ପାଶେ 
    ଝୁଲିବା ଲାଗିଝୁଲଣା ।

ରାଉରକେଲା

Related posts

ବାଲେଶ୍ବର – ଆମ୍ବଗଡିଆ ବିକାଶମଞ୍ଚ ପକ୍ଷରୁ ବୃକ୍ଷରୋପଣ ସମ୍ବର୍ଦ୍ଧନା ସଭା

ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ମହିଳାଙ୍କ ଜୀବନ ଗଲା, ଅଭିଯୁକ୍ତ ଫେରାର

Sunil Chandra Nayak

ମମତା ସାହୁ ଙ୍କ କବିତା ନମୋ ମହାଲକ୍ଷ୍ମୀ

Sunil Chandra Nayak

Leave a Comment

error: Content is protected !!