ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

ଫୁଲ ,ଫଗୁଣ ଓ ମଳୟ

ଉପେନ୍ଦ୍ର କୁମାର ବସ୍ତିଆ

   
ଫଗୁଣ ଡାକିଲା ଫୁଲ ରାଣୀ ଆସ    
    ମଳୟ ଅଛିମୋ ସାଥିରେ 
ମନ ଭରି ତୁମେ ଝୁଲାରେ ଝୁଲିବ 
    ଗହଳିଆ ଲତା କୁଞ୍ଜରେ ।।
ଫୁଲରାଣୀ କୁହେ ପ୍ରସ୍ଫିଟିତ ମୁହିଁ 
    ଲାଗେ ମୋତେ ଭାରି ଡର 
ତୁମେ ଲୁଟିନେଲେ ମୋ ନବ ଯୌବନ 
    ଉଜିଡିବ ତନୁ ମୋର ।।
ସାଇତି ରଖିଛି ତନମନ୍ ମୋର 
    ପ୍ରିୟ ମଧୁ ଲିଟ ପାଇଁ 
ସେ ଯେବେ ଆସିବେ ମୋ ମଧୁ ଚୁମ୍ବିବେ 
    ଦଂଶନର ଜ୍ୱଳାଦେଇ ।।
ମତୁଆଲା ହୋଇ ହରଷେ ମଜିବୁ 
    କରିବୁ ପ୍ରୀତି ମାଜଣା 
ଦୁହେଁ ସାଥୀ ହୋଇ ଯିବୁ ତୁମ ପାଶେ 
    ଝୁଲିବା ଲାଗିଝୁଲଣା ।

ରାଉରକେଲା

Related posts

ରୁପ୍ରା ପେକ୍ସ୍ ର ସଭାପତି ଭାବରେ ସରୋଜ ରାଉତ ନିର୍ଦ୍ଵନ୍ଦରେ ନିର୍ବାଚିତ

Sunil Chandra Nayak

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!