ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟୋ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଦେଲେ ଆଜି ସେ ଫଟୋ ଫ୍ରେମ୍ ରେ ରହିଗଲେ…

ଗତ ଗୁରୁବାର ଦିନ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆସିଥିଲେ…

ଆରପାରିରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଅକ୍ଷୟ ନନ୍ଦ….

ଗତ ଗୁରୁବାର ୪ ତାରିଖ ଦିନ ଭବାନୀାଟଣା ବିଜୁ କଲ୍ୟାଣ ମଣ୍ଡପ କୁ ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇଥିଲେ। ଖୁବ୍ ଚଳ ଚଞ୍ଚଳ ଥିଲେ। ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେବା ବେଳେ ମୋତେ ଫଟୋ ଟିଏ ଉଠାଇବାକୁ କହିଥିଲେ ଆଉ ମୁଁ ଫଟୋ ଉଠାଇଥିଲି। କିଏ ଜାଣିଥିଲା ମୋ ମୋବାଇଲ୍ ର ଫଟୋ ତାଙ୍କର ଶେଷ ଫଟୋ ହେବ।ତାଙ୍କର ଦେହାନ୍ତ ଖବର ମର୍ମାହତ କରିଛି।

କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଡକ୍ଟର ଅକ୍ଷୟ ନନ୍ଦଙ୍କ ୭୫ ବର୍ଷ ବୟସରେ ଦେହାନ୍ତ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

 ଆରପାରିରେ ବିଶିଷ୍ଟ ସମାଜସେବୀ ଡଃ ଅକ୍ଷୟ ନନ୍ଦ, ୭୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁଆରପାରିରେ ବିଶିଷ୍ଟ ସମାଜସେବୀ ଡଃ ଅକ୍ଷୟ ନନ୍ଦ, ୭୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।୧୯୪୫ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଘୁମେରଗୁଡା ଗ୍ରାମରେ ସ୍ବର୍ଗତ ନନ୍ଦଙ୍କର ଜନ୍ମ । ସେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରହିଥିଲେ । ତେବେ ସେ କେବଳ ଜଣେ ଶିକ୍ଷାବିତ ନଥିଲେ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଉଲ୍ଲେଖନୀୟ ଅବଦାନ ରହିଛି। ଜଣେ ଦକ୍ଷ ସଙ୍ଗଠକ ସାଙ୍ଗକୁ କଳାହାଣ୍ଡି ଜିଲ୍ଲା ଭିତ୍ତିକ ପ୍ରସଙ୍ଗର ଆଗ ଧାଡିର ଲଢୁଆ ସୈନିକ ଥିଲେ ସ୍ବର୍ଗତ ନନ୍ଦ । କଳାହାଣ୍ଡି ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ମେଡିକାଲ କଲେଜ୍, ଇଞ୍ଜିନିୟରିଂ କଲେଜ୍, କୃଷି ମହା ବିଦ୍ୟାଳୟ ଆଦି ପ୍ରତିଷ୍ଠା କ୍ଷେତ୍ରରେ ଜିଲ୍ଲାବାସୀଙ୍କ ସ୍ବପ୍ନକୁ ସେ ସାକାର କରିପାରିଥିଲେ ।ତେବେ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ବର୍ଗ ଓ ସମ୍ପର୍କୀୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅକ୍ଷୟ ନନ୍ଦଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅନେକ ରାଜନେତା, ଶିକ୍ଷାବିତ, ସମାଜସେବୀ, ସାମାଜିକ ସଂଗଠନ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଙ୍ଘ ସ୍ବର୍ଗତ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା ଖାଉଟି ଅଦାଲତ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ

Sunil Chandra Nayak

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

Sunil Chandra Nayak

ଶ୍ରୀ ବିଦ୍ୟାଧରମହାନ୍ତ ଙ୍କ କବିତା ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!