Uncategorizedଭ୍ରମର ବାଗ ଙ୍କ କବିତା କଳା ମଣିମା by Sunil Chandra NayakAugust 7, 20220222 Share1 କଳା ମଣିମା ମାୟା ସଂସାରର ମାୟା ମୋହେ ପଡ଼ି ଏଇ ମୋହର ମନ ଲୋଭ ଆସକ୍ତି ଏଣେ ତେଣେ ହୋଇ, ହୁଏ ନାହିଁ ସଞ୍ଜମ ଜାଣି ଜାଣେ ନାହିଁ, ବୁଝି ବୁଝେ ନାହିଁ ଭାବି ଭାବେ ନାହିଁ, ଗମି ଗମେ ନାହିଁ ଆହେ ସର୍ବବ୍ୟାପି, ଜଣାଏ ତଥାପି ହୋଇ ହୋଇ… ଆନମନା…. ଟିକେ ବୁଝ..ଟିକେ ଶୁଣ..ଟିକେ ଘେନ ଆହେ ନୀଳାଦ୍ରି ମଣିମା….. (୦) ଶରଧା ଭକତି, ନାହିଁ ସିନା ପ୍ରଭୁ, ମୋହର ମନରେ ଲେଶ ରହିଛି ତ ପ୍ରଭୁ , ମନରେ ମୋହର , ତୁମକୁ ଟିକେ ବିଶ୍ୱାସ, ବିଶ୍ୱାସ ତୁଟାଇ….. ଆହେ ବିଶ୍ଵ ସାଇଁ….. ବୁଲାଅନା କଳାକନା; ଆହେ ଶ୍ରୀକ୍ଷେତ୍ର ମଣିମା..ଟିକେ ବୁଝ (୧) ତୁମର ଧ୍ୟାନରେ , ମୋର ମନେ ପ୍ରଭୁ ନ ହୁଅଇ ସିନା ନିଷ୍ଠା ବିନା କର୍ମେ ପ୍ରଭୁ , କୃପା – ଫଳ ତୁମ ପାଇବାକୁ କରେ ଚେଷ୍ଟା, କି କହିବି କଥା….. ମୋହର ଅବସ୍ଥା….. ଦୁଃଖ ଟପିଗଲା ସୀମା, ଆହେ କାଳିଆ ମଣିମା…ଟିକେ ବୁଝ. (୨) ଅପରାଧୀ ମୁହିଁ ହୁଏ ଅବା ପ୍ରଭୁ, ହୋଇଥାଏ ପଛେ ପାପୀ ତୁମେ କ୍ଷମା ଦାତା,ତୁମେ ପାପ ହାରୀ ତୁମେ ପ୍ରଭୁ କାଳରୂପୀ, କ୍ଷମା କରି ଦୋଷ… କରି ପାପ ନାଶ… କର ଥରେ ହେଲେ କରୁଣା, ଆହେ ଜଗତ ମଣିମା…ଟିକେ ବୁଝ… (୩) ଭ୍ରମର ବାଗ ସିନାପାଲି, ନୂଆପଡ଼ା