ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

ଢେଙ୍କାନାଳ :୦୮/୦୮/୨୨ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି । ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୋବିନ୍ଦ ଚନ୍ଦ୍ର ସିଂହ ବୟସ (୨୩)ବର୍ଷ ଉପରେ ପରିବାର ମୁଣ୍ଡ ଉପରେ ନଳିତା ବିଡା ସଦୃଶ ଦାୟିତ୍ଵଭାର ଲଦି ହୋଇଗଲା ।ପରିବାରରେ ଏକାକୀ ଗୋବିନ୍ଦ ରୋଜଗାରକ୍ଷମ ହୋଇଥିବାରୁ ଆଜି ଏହି ଅସହାୟ ପରିବାର ଠାରୁ ଭଗବାନଙ୍କ ତାଙ୍କ ପାଇଁ ଆହୁରି ଜଟିଳ କଷଣ ଦେଇଛନ୍ତି । ଆଜକୁ ଦୁଇ ବର୍ଷ ଧରି ଗୋବିନ୍ଦଙ୍କ ଦେହରେ ରୋଗର ଲକ୍ଷଣ ଦେଖାଦେବାରୁ ପରିବାର ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ପରିସ୍ରା ସାଙ୍ଗକୁ କିଡ଼ିନ ରୋଗର ଲକ୍ଷଣ ହେବାରୁ ଅର୍ଥ ଅଭାବରୁ ନିଜେ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଗୋଟିଏ ପଟେ ପରିବାର ଚଳିବା ଅନ୍ୟ ପଟେ ଏହି ରୋଗ ଦାଉରୁ ମୁକ୍ତି ପାଇବା ।ଏପଟେ ପରିବାରରେ ନିର୍ଭର କରୁଥିବା ବୃଦ୍ଧା ଜେଜେମା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବୟସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ବୃଦ୍ଧା ଜେଜେମା ପ୍ରତି ପଞ୍ଚାୟତ ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁଛି ନା ପ୍ରଶାସନର ଦୃଷ୍ଟି ପଡୁଛି ।ଏପରି ସ୍ଥଳେ ଏହି ପରିବାରରେ ବଡ ବଡ ଭାଇଭଉଣୀ ସାଙ୍ଗକୁ ଜେଜେମା କିପରି ଏହି ଅଭାବଅନଟନ ମଧ୍ୟରେ କାଳାତିପାତ କରିବେ ସେଥି ନେଇ ଗୋବିନ୍ଦଙ୍କ ଆଖିରୁ ନିଦ ହଜେଇ ଦେଇଛି ।ନିଜର ରୋଗ ଦାଉରୁ ରକ୍ଷା ପାଇବା ଓ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୋବିନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏତଦ୍ ବ୍ୟତୀତ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ୮୨୬୦୦୦୪୩୮୦, ୮୬୫୮୦୦୦୧୮୪ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ସସ୍ମିତା ପଣ୍ଡା ଙ୍କ କବିତା – ଭକ୍ତି ନୈବେଦ୍ୟ

Sunil Chandra Nayak

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!