ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡା ବାନ୍ତି ରେ ଶିଶୁ ମୃତ     

 ରାଇଘର -:ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାଟଭରଣ୍ଡି ପଂଚାୟତ ତୋରେଇଡିହି ଗ୍ରାମର ସନ୍ତୋଷ ଗଣ୍ଡ ଙ୍କ ପୁଅ ନିଲେଶ ଗଣ୍ଡ ୨.୬ ବର୍ଷ ଝାଡା ବାନ୍ତି ରେ ମୃତ୍ୟୁ ହୋଇଥିବା ଜଣାପଡିଛି l ରାଇଘର ବ୍ଲକ ରେ କିଛି ଦିନ ଧରି ଝାଡା ବାନ୍ତି ଲାଗିଥିବା ବେଳେ ଶନିବାର ତୋରେଇଡିହି  ଗ୍ରାମର ସନ୍ତୋଷ ଗଣ୍ଡ ଙ୍କ ପୁଅ ନିଲେଶ ଗଣ୍ଡ କୁ ଝାଡା ବାନ୍ତି ଘରେ ହୋଇଥିଲା, ଡକ୍ଟର ଙ୍କ  ସହ ପରାମର୍ଶ ନେଇ ଚିକିସ୍ସା କରିଥିଲେ  ଅଧିକ ମାତ୍ରାରେ ହେବାରୁ ଶନିବାର ସନ୍ଧ୍ୟା ସମୟରେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ମା ସଗାବାଇ ଓ ବାପା ସନ୍ତୋଷ ପୁଅ କୁ ଆଣିଥିଲେ l ସେଠରେ ଚିକିସ୍ସା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି l ଏ ନେଇ ଡକ୍ଟର ଦଶରଥ ନାଗ ଙ୍କୁ ପଚାରିବାରୁ ଶବ ବେବଛେଦ ପରେ କେଉଁ କାରଣ ମୃତ ହୋଇଛି ଜଣାପଡ଼ିବ କହିଛନ୍ତି l ଘଟଣା ସ୍ଥଳରେ କୁନ୍ଦେଇ ପଂଚାୟତ ର ପୁର୍ବତନ ସରପଞ୍ଚ ସନରାଜ ଗଣ୍ଡ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ପୋହଁଚି ମା ସଗାବାଇ ଓ ବାପା ସନ୍ତୋଷ ଙ୍କୁ ସଂତାପ ପରିବାରବର୍ଗକୁ ବୁଝlଶୁଝା କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

Sunil Chandra Nayak

ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!