ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୮/୮-( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ୭୬ ତମ ସ୍ଵାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ସୋମବାର କୋକସରା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡ଼ିଓ ମନୀଷା ଦାସ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ଚଳିତ ବର୍ଷ ମଧ୍ୟ ସରକାରଙ୍କ ଘୋଷଣା ଅନୁସାରେ କୋଭିଡ ଗାଇଡ ଲାଇନ ମଧ୍ୟରେ ସ୍ୱାଧିନତା ଦିବସ ପାଳନ ହେବ। ସକାଳ ୯.୩୦ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏହି ଅବସରରେ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋକସରା ତହସିଲଦାର ରାକେଶ ପରୁଆ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତୋଫାନ ମାଝୀ, ଅଧ୍ୟାପକ ଅଶ୍ୱିନୀ ପଟ୍ଟନାୟକ, ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ନବୀନ ନାଏକ, ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା, ଛଗନଲାଲ ଶର୍ମା, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ଖେଳ ଶିକ୍ଷକ ଅମିତ ମହାନ୍ତି, ନିରଞ୍ଜନ ନେଗି, ଜିତେନ୍ଦ୍ର ପ୍ରଧାନୀ, ସଞ୍ଜୟ ସିଙ୍ଘଲ, ସାମ୍ବାଦିକ ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଷୀ, ଚକ୍ରଧର ବେଶ୍ରା, ବସନ୍ତ ସରାବୁ ସମେତ ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

Related posts

ଢେ଼ଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

ପୂର୍ତ୍ତ ବିଭାଗ ର ନିଷ୍କ୍ରିୟତା , ବାରମ୍ବାର ଘଟୁଛି ଦୁର୍ଘଟଣା , ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

Leave a Comment

error: Content is protected !!