ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ AE ଙ୍କୁ ଅନ୍ଯତ୍ର ବଦଳି ଦାବି ନେଇ BDO ଙ୍କୁ ଦାବିପତ୍ର ପ୍ରଦାନ

ଥୁଆମୂଳ ରାମପୁର:୯/୮– :- ଥୁଆମୂଳ ରାମପୁର ବ୍ଳକ;କାର୍ଯ୍ଯାଳୟ ରେ ଦିନକୁ ଦୁର୍ନୀତିର ଚେର ଭିତରକୁ ମାଡି ମାଡି ଚାଲିଚି, ଲଗାମ ଛଡା କାର୍ଯ୍ଯ ଯୋଗୁଁ କେତେକ ବିଭାଗୀୟ ଅଧିକାରୀ ମନଇଛା କାମ କରି ଚାଲିଛନ୍ତି। ଦଲାଲଙ୍କ କବଜାରେ ଏବେ ବ୍ଳକ କାର୍ଯ୍ଯାଳୟ ଚାଲିଥିବା ଅନୁମାନ କରାଯାଉଛି ଲାଭଖୋର କେତେକ ନେତା ଓ ବିଭାଗୀୟ କିଛି ଅସାଧୁ କର୍ମଚାରୀ ଗରିବ ଲୋକଙ୍କୁ ନାଲି ଆଖି ଓ ଧମକଚମକ ଦେଉଥିବା ଅଭିଯୋଗ ସାମ୍ମାନକୁ ଆସିଛି। ତାଛଡା ଏହି କେତେ ଦିନ ମଧ୍ୟରେ ନୂତନ ଭାବରେ ବ୍ଳକ କାର୍ଯ୍ଯାଳୟରେ ନିଜ କାର୍ଯ୍ଯରେ ଯୋଗ ଦେଇଥିବା AAE ଶ୍ରୀ ଯୁକ୍ତ ସାଲଖୁ ହେମ୍ବ୍ରମଙ୍କୁ ୬ ମାସ ହେବ ତାଙ୍କର କାର୍ଯ୍ୟ ଭାର ତୁଲାଇବା ପାଇଁ ତାଙ୍କୁ କାର୍ଯ୍ଯ ହସ୍ତାନ୍ତର କରିନଥିବା ବିଷୟ ଜଣାପଡିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କିଛି ମୁଷ୍ଟିମେୟ ଲୋକଙ୍କ ହାତ ଥିବା ଯୋଗୁଁ AE ଶ୍ରୀ ପାଣ୍ତେ ନିଜ ମନ ମୁତାବକ କାର୍ଯ୍ଯ କରୁଥିବା ଅଭିଯୋଗ ଆସିଛି। ଏନେଇ ଥୁଆମୂଳ ରାମପୁର ଶିକ୍ଷିତ ସଚେତନ ଯୁବଗୋଷ୍ଠୀ ଶ୍ରୀ ବାଞ୍ଛାବଟ ପାଣ୍ତେ ଙ୍କୁ ଥୁଆମୂଳ ରାମପୁର ବ୍ଳକରୁ ଅନ୍ଯତ୍ର ବଦଳି କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନେତାଙ୍କ ବାହୁଛାୟା ତଳେ ରହି ନିଜକୁ AE ମହାଶୟ ଇନ୍ଦ୍ର ଚନ୍ଦ୍ର ମାନୁନଥିବା ଅଭିଯୋଗ ହୋଇଛି। AE ଶ୍ରୀ ପାଣ୍ତେ ଙ୍କ ବଦଳି ଦାବି ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଜଣାପଡିଛି। ତେଣୁ ପୁଣି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍କକର ଶିକ୍ଷିତ ସଚେତନ ଯୁବ ସମାଜଙ୍କ ତରଫରୁ ଥୁଆମୂଳ ରାମପୁର ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ ସେମାନେ ପ୍ରକାଶ କରିଥିଲେ ଯେ, AE ଶ୍ରୀଯୁକ୍ତ ବାଞ୍ଚାବଟ ପାଣ୍ଡେ ନିଜେ ମନମୁଖୀ କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ନାଲି ଆଖି ଦେଖାଇ ଧମକ ଚମକ ଦେଉଥିବାବେଳେ ପୁଣି ଯିଏ   ହାତ ଚିକ୍କଣ କରି ପାରୁଛି ସେଭଳି   ଲୋକଙ୍କ କାର୍ଯ୍ୟକୁ  ଶିଘ୍ର କରୁଛନ୍ତି ବୋଲି ସ୍ଥାନୀୟ ଲୋକ ମାନେ ପ୍ରକାଶ କରିଥିବା ଶୁଣିବାକୁ ମିଳିଛି l ଅଥବା କେଉଁ ପ୍ରସାଶନ ର ଚାପରେ କିମ୍ବା କେଉଁ ନେତା ତାଙ୍କ ପଛରେ ଅଛନ୍ତି ବୋଲି କହିଛନ୍ତି। ଏହି ଭଳି ବିବାଦୀୟ   AE ଙ୍କୁ ତୂରନ୍ତ ବ୍ଳକ ଠାରୁ ଅନ୍ଯତ୍ର ବଦଳି କରାଯିବା ନେଇ ଦାବି ପତ୍ର BDO ଙ୍କୁ ଦେଇଥିଲେ। ଏଥିରୁ ଜଣାପଡୁଛି କି ଅଫିସର ବାବୁମାନେ ଲୋକମାନଙ୍କୁ ହଇରାଣ ହରକତ କରିବା ସେମାନଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି। ତେଣୁ ଏପରି ସ୍ୱାର୍ଥ ପର ଅଫିସର ବାବୁ ରହିଲେ ଆମ ଅଞ୍ଚଳ କେତେ ଉନ୍ନତି ହେବ ତାହା ଅନୁମାନ କରିପାରୁଥିବେ ବୋଲି ମତପ୍ରକାଶ ପାଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଉରକେଲା – କବି ସୁଶାନ୍ତ କୁମାର ନାୟକଙ୍କ ଭିନ୍ନ ଏକ ପୃଥିବୀ ଲୋକାର୍ପିତ

ରେଙ୍ଗାଳପାଲି ଠାରେ କରଣ ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ର ସଫଳତା

Sunil Chandra Nayak

Leave a Comment

error: Content is protected !!