ପାପଡାହାଣ୍ଡି,9/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ମା ଭବାନି କ୍ଲୋଥ ଷ୍ଟୋରରୁ ଚୋରି ଘଟଣାର 7ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଛି | ସେମାନଙ୍କ ମଧ୍ୟରେ 6ଜଣ ନାବାଳକ ଏବଂ ଜଣେ ସାବାଳକ ରହିଛନ୍ତି | ସୂଚନା ମୁତାବକ ଗତ ମେ ମାସ 20ତାରିଖ ରାତିରେ ଉମରକୋଟ ରାସ୍ତାରେ ଥିବା ଅନିଲ ଅଗ୍ରୱାଲଙ୍କ କପଡା ଦୋକାନ ମା ଭବାନୀ କ୍ଲୋଥ ଷ୍ଟୋରରୁ ଚୋରି ହୋଇଥିଲା | ସିସିଟି ଭିରେ କିଛି ଦୃଶ୍ୟ ମଧ୍ୟ କଏଦ ହୋଇଥିଲା | କିନ୍ତୁ ପ୍ରକୃତ ଛବି ଜଣା ପଡୁନଥିଲା | ପୋଲିସ ଉକ୍ତ ଘଟଣାକୁ ତଦନ୍ତ କରି ଗ୍ରାମର 7ଜଣଙ୍କୁ ଧରିଥିଲା | କେସ ନମ୍ବର 77/22ରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା | ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ 40ଟି ପେଣ୍ଟ ଶାର୍ଟ ଜବତ କରିଛି | କେସର ତଦନ୍ତ ଏସଆଇ ଶିବଜି ପଣ୍ଡା କରିଥିଲେ | ଅଭିଯୁକ୍ତ ମାନଙ୍କୁ ଜୁଭେନାଲ କୋର୍ଟ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ