ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ଝିଅର ବନ୍ଧୁ ବାନ୍ଧବ ଓ ଶିକ୍ଷକ

ବାଲେଶ୍ଵର,୧୦/୮/୨୨- ଝିଅର ବୟସ ମାତ୍ର ଆଠ ବର୍ଷ । ସେ ଝିଅଟି ସୁଖ ଦୁଃଖ କ’ଣ ଜାଣେ ନାହିଁ l ଝିଅଟି ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ସ୍କୁଲ ଯିବାପାଇଁ ବାହାରୁ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲା । ସବୁଦିନ ପରି ଠିକ୍ ସମୟରେ ଛାତ୍ରୀ ଜଣକ ସ୍କୁଲରେ ନ ପହଞ୍ଚିବାରୁ କାରଣ ଜାଣିବା ପାଇଁ ପିଲାର ଘରେ ପହଂଚି ଥିଲେ ବିଦ୍ୟାଳୟ ଶିକ୍ଷକ । କିନ୍ତୁ ପିଲାର ଯନ୍ତ୍ରଣା ସହି ନପାରି ପରିବାର ଲୋକେ ପାଖ ଦୋକାନରୁ ଔଷଧ ଆଣି ଦେଇଛନ୍ତି । କିନ୍ତୁ ଯନ୍ତ୍ରଣା କମିଲା ନାହିଁ । ବିଦ୍ୟାଳୟର ଜଣେ ଉତ୍ତମ ଛାତ୍ରୀ ଥିବାରୁ ଶୀଘ୍ର ଭଲ ହେବା ପାଇଁ ଲାଗି ପଡିଲେ । ବାପାମା ଗରିବ ହୋଇଥିବାରୁ ମାଗିଯାଚି କିଛି ଯୋଗାଡ କରି ଝିଅର ଚିକିତ୍ସା ପାଇଁ ବାଲେଶ୍ଵର ମେଡ଼ିକାଲକୁ ଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଭୁବନେଶ୍ୱର ଓ ପରେ ହାଇଦ୍ରାବାଦ ନେଇଥିଲେ । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଗଣେଷ ସାର୍ ଘର ଲୋକଙ୍କୁ ଧରି ଘର ଘର ବୋଲି ଛାତ୍ରୀଟିର ଜୀବନ ବଞ୍ଚାଇବା ନିମନ୍ତେ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ପିଲାଟି ଏବେ ହାଇଦ୍ରାବାଦରେ ଚିକିତ୍ସା ହେଉଛି l ଘଟଣାଟି ହେଉଛି ବସ୍ତା ବ୍ଲକର ଭେଲୋରା ଗ୍ରାମ ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ନଟବର ସାହୁଙ୍କ ଝିଅ ମଧୁସ୍ମିତା କ୍ଷେତ୍ରରେ । ସମସ୍ତ ପରୀକ୍ଷା ଓ ନିରୀକ୍ଷା ପରେ ହାର୍ଟରେ କଣା ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ । ଏଥିପାଇଁ ଅପରେସନ୍ ନିହାତି ଜରୁରୀ । ଘରର ଆର୍ଥିକ ଅବସ୍ଥା ଦୁର୍ବଳ । ଦୁନିଆଁ ଦେଖିବା ଆଗରୁ ଝଡି ପଡିବାକୁ ଥିବା କୁନି ଝିଅର ଜୀବନ ବଞ୍ଚାଇବାକୁ ହେଲେ ପ୍ରଚୁର ଅର୍ଥର ଆବଶ୍ୟକ ଅଛି । ଏପରିସ୍ଥିତିରେ ଝିଅର ଚିକିତ୍ସା ପାଇଁ ପରିବାରବର୍ଗ ଓ ବିଦ୍ୟାଳୟ ଶିକ୍ଷକ ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ପିଲାଟିକୁ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢ଼ାନ୍ତି ତେବେ

ବ୍ୟାଙ୍କ ଅଫ ଇଣ୍ଡିଆ -A/C ନମ୍ବର -548210110011083

IFCI -BKID 0005482

Gpay ନମ୍ବର -7894504499 ରେ ପଠାଇପାରିବେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳୀ ପରିବର୍ତ୍ତେ ସ୍ଥାୟି ଶିକ୍ଷକ ଦେବାକୁ ଦାବୀ

Sunil Chandra Nayak

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Leave a Comment

error: Content is protected !!