ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ହାଇସ୍କୁଲରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅନୁଷ୍ଠିତ

 ଚିଲିଗୁଡା( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ରେ କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସରକାରୀ ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡୋଳା ମଣି ଧରୁଆ ଯୋଗଦାନ କରି ଗଙ୍ଗା ଧର ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ସମନ୍ୱିତ ଅତିଥିଭାବେ ବ୍ଲକ ଅଧକ୍ଷ। ଶ୍ରୀମତୀ ସବିତା ମେହେର ,ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ,ମୁଣ୍ଡର।ଗୁଡା ସରପଞ୍ଚ ତାର।ଶଙ୍କର ରାୟଗୁରୁ , କଳାହାଣ୍ଡି ଲେଖକ କଳା ପାରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ,ସଂପାଦକ ଭଵନାଥ ରାୟଗୁରୁ ପ୍ରମୁଖ ଯୋଗଦାନ କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣି ଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ଥିଲା । ଲେଖକ କଳା ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମେହେର ,ଅକ୍ଷୟ ସତ ନାମୀ ,ବିବେକାନନ୍ଦ ସୁନାନୀ ,ଶିକ୍ଷୟତ୍ରୀ ସୁନିତା ରାୟ ଗୁରୁ ,ପ୍ରଭାତୀ ଛତ୍ରିଆ ଏବଂ ଶିକ୍ଷକ ନିରାକାର ଦାସ, ଦିଲୀପ ନେଗି , ସରସ ଚନ୍ଦ୍ର ନ।ଏକ ପ୍ରମୁଖ ସହଯୋଗ କରିଥିବା ବେଳେ ସ୍କୁଲ କମିଟିର ସଭ୍ୟ ଅଦଳ ନିଆଲ ,ରାଧେଶ୍ୟାମ ନାଗ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଦାଶରଥି ବେହେରା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କେସିଙ୍ଗା ରେ ବିଶ୍ଵ ସାଇକଲ ଦିବସ ପାଳିତ

Sunil Chandra Nayak

ତିରିଂ ; ନୂଆଗାଁ ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!