ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ପୋଲିସ ର କଡାକଡି ଯାଞ୍ଚ

 ରାଇଘର-:    ନବରଙ୍ଗପୁର ଜିଲା ରାଇଘର ପୋଲିସ ଶୁକ୍ରବାର ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତା ରେ କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା l ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଙ୍କ ନିର୍ଦେଶ ରେ ଏ ଏସ୍ ଆଈ ରବିନ୍ଦ୍ର ପ୍ରଧାନ ଙ୍କ ସମେତ କିଛି ପୋଲିସ କର୍ମଚାରୀଙ୍କ ସହ ସମସ୍ତ ଗାଡି ମୋଟର ଅଟକାଇ ଗାଡି ର କାଗଜ ପତ୍ର ହେଲମେଟ ଓ କେତେ ଜଣ ବସିଛନ୍ତି ସବୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା l ଏଥି ସହ ରାଜସ୍ୱ ଆଦାୟ କରାଯାଉଥିବା ଜଣାପଡ଼ିଛି l ରାଇଘର ବ୍ଲକରେ ଚଳିତ ବର୍ଷ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି ଏଥିସହିତ ଆଗକୁ ସାଧାରଣ ତନ୍ତ୍ର ଦିବସ ରହିଥିବାରୁ ପୋଲିସ ଏହିପରି ପଦକ୍ଷେପ ନେଇ ଥିବା ପ୍ରକାଶ କରିଛନ୍ତି l ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଂଚଳ କୁ ନଜର ରେ ରଖିବା ସହ  ଏହି ଅଂଚଳର ଯୁବ ଗୋଷ୍ଠୀ କିଛି ଦିନ ବ୍ୟବଧାନ ଅନେକ ଦୁର୍ଘଟଣା ଘଟେଇ  ଥିବାରୁ କିପରି ନିରାପାଦ ରେ ଚଳାଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ବ୍ରଜନାଥ ବଡ଼ଜେନା ଜୟନ୍ତୀ

Sunil Chandra Nayak

ଏସ ଇଲେଭେନ ଟାଇଟନସ୍ କଲଚୁରାଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉତ୍ସବରେ କରାଯିବ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!