ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି।ଢେଙ୍କାନାଳ ଜିଲ୍ଲାରେ ୪ ଗୋଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉକ୍ତ ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୪ ଗୋଟି ବ୍ଲକ ଅଧିନରେ ଥିବା ୭୧ଟି ଗ୍ରାମାପଂଚାୟତ ଅନ୍ତର୍ଗତ ୨୭୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୨୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୧୩ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୪୬ଟି ଗ୍ରାମର ପ୍ରାୟ ୫୨୯୧୪ ଜଣ, ପରଜଂଗ ବ୍ଲକ ଅଧୀନରେ ଥିବା ୨୯ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୯୨ଟି ଗ୍ରାମର ପ୍ରାୟ୧୩୫୨୪୩ ଜଣ, କଙ୍କଡାହାଡ ବ୍ଲକ ଅଧୀନରେ ଥିବା ୨୧ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୯୬୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୨୭ଟି ଗ୍ରାମର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ।ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସଂପାଦନ ନିମନ୍ତେ ଠିକାଦାର ସଂସ୍ଥା ଏମ୍‌/ଏସ୍‌ ଲକ୍ଷ୍ମୀ ସିଭିଲ ଇଂଜିନିୟରିଂ ସର୍ଭିସେସ୍‌ ପ୍ରାଇଭେଟ. ଲିମିଟେଡ କୋହ୍ଲାପୁର ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପଗୁଡ଼ିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଲେଜରେ ଦିଆଯିବ କରୋନା ଟିକା….

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

Sunil Chandra Nayak

ରଶ୍ମି ରଂଜନ ଙ୍କ କବିତା ସ୍ବପ୍ନ ସୁନ୍ଦରୀ

Sunil Chandra Nayak

Leave a Comment

error: Content is protected !!