ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ ପୋଷାକ ପିନ୍ଧି ଡ଼କାୟତି କରୁଥିବା ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ର ଦୁଇ ଡକାୟତ ଗିରଫ

ଦେଶୀ ପିସ୍ତଲ ଓ ମାଓ ପୋଷାକ ଜବତ….

କଳାହାଣ୍ଡି ଓ ପଡୋଶୀ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ମାମଲାରେ ଜଡିତ ଥିବା ଦୁଇଜଣ ଡକାୟତ ଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ହେଲା ଏହି ଡକାୟତ ମାନେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରେ ଡ଼କାୟତି ଓ ରାହାଜାନୀ କରି କୋକୁଆ ଭୟ ସୃଷ୍ଟି କରିଥିଲେ। ଏହି ଡକାୟତ ଗ୍ୟାଙ୍ଗ ବିରୁଦ୍ଧରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ୧୦ ଗୋଟି ମାମଲା ରହିଛି ବୋଲି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ଡକାୟତ ମାନଙ୍କ ଠାରୁ ମୋବାଇଲ୍, ଦେଶୀ ପିସ୍ତଲ ଓ ନଗଦ ଟଙ୍କା ଜବତ କରାଯାଇଛି।ସୂଚନା ଅନଯାୟୀ, ଜିଲ୍ଲାର ମଦନପୁର ରାମପୁର ଥାନା ମୋହନ ଗିରି ଦେଶୀ ମଦ ଭାଟିରେ ଅଞ୍ଚଳରେ ଗତ ଜୁନ ୩୦ ତାରିଖରେ ଡ଼କାୟତି ହୋଇଥିଲା। ଏହି ଡକାୟତ ମାନେ ମାଓବାଦୀ ପୋଷାକ ପିନ୍ଧି ସେଦିନ ସେହି ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲେ। ପୋଲିସ ସୂଚନା ପାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଅନୁଗୁଳ ଗ୍ରାମରେ ଚଢ଼ାଉ କରିଥିଲା ଏବଂ ଡକାୟତ ଗ୍ୟାଙ୍ଗର ଦୁଇଜଣ କୁ ଗିରଫ କରିବାରେ ସଫଳ ହୋଇଥିଲା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମାଳିପଡା ଗ୍ରାମର ସନ୍ତୋଷ ବଡସେଠ (୩୪)ଓ ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ବିରାଟକାନି ଗ୍ରାମର ସୁନିଲ ନାଗ ଓରଫ ଲାଲା କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍,୩୭୩୦ ଟଙ୍କା, ମାଓବାଦୀ ପୋଷାକ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଏହି ଡକାୟତ ଗ୍ୟାଙ୍ଗଙ୍କ ନାମରେ ମଦନପୁର ରାମପୁର ଥାନାରେ ପାଞ୍ଚଗୋଟି ମାମଲା ରହିଥିବା ବେଳେ ନର୍ଲା ଥାନାରେ ଦୁଇଟି, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଦୁଇଟି ଓ ତୁଷୁରା ଥାନାରେ ଗୋଟିଏ ମାମଲା ରହିଛି। ଏହି ଡକାୟତ ମାନେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଡ଼କାୟତି କରି ଲୋକ ମାନଙ୍କୁ ଆତଙ୍କିତ କରି ରଖିଥିଲେ ବୋଳି ଏସପି ଅଭିଳାଷ ଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ଚାରିଆଡ଼େ ଏବେ ଚୋରର ଆତଙ୍କରେ ଲୋକ ମାନେ ଭୟଭୀତ ଥିବା ବେଳେ ଧର୍ମଗଡ ର ବ୍ୟବସାୟୀ ଘରୁ ଡ଼କାୟତି ମାମଲା ସମେତ ଜୟପାଟଣା, କୋକସରା, ଗୋଲାମୁଣ୍ଡା ତଥା ଧର୍ମଗତ ଥାନା ଅଞ୍ଚଳ ମାନଙ୍କରେ ହୋଇଥିବା ଡ଼କାୟତି ଘଟଣା ର ପର୍ଦ୍ଧାଫାସ କରି ଡକାୟତ ମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବାରୁ ଜନସାଧାରଣ ଆଶ୍ବସ୍ତ ଅନୁଭବ କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଲେଶ୍ବର – ହେବନି ସେବା ସମବାୟ ସମିତି ନିର୍ବାଚନ, ଅପ୍ରତିଦ୍ବନ୍ଦୀ ଭାବେ ହେଲେ ନିର୍ବାଚିତ

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ପ୍ରକୃତ ବନ୍ଧୁ 

Sunil Chandra Nayak

ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!