ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.)ର ‘ହର ଘର ତ୍ରିରଙ୍ଗା’ କାର୍ଯ୍ଯକ୍ରମ 

ରାଉରକେଲା/ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.)ର ସଂଯୁକ୍ତ ଶାଖା ଏବଂ ରାଉରକେଲା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ତରଫରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ଯକ୍ରମ କଲେଜର ଅଧ୍ଯକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବ ଏବଂ ପ୍ରୋଗ୍ରାମ ଅଫିସର ଅଧ୍ଯାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ଓ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଏଥିରେ ରାଉରକେଲା ଆଇନ ମହାବିଦ୍ଯାଳୟର ଅଧ୍ଯକ୍ଷ ଡଃ ଦେବେନ୍ଦ୍ର ବେହେରା ମୁଖ୍ଯ ଅତିଥି ଭାବରେ ଯୋଗଦେଇଥିଲା ବେଳେ ମୁଖ୍ଯ ବକ୍ତା ଭାବରେ ମଞ୍ଚ ମଣ୍ଡନ କରିଥିଲେ ଦୈନିକ ଖବରକାଗଜ ‘ସମାଜ’ ର ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା। ଏହି କାର୍ଯ୍ଯକ୍ରମକୁ କଲେଜର ଅଧ୍ଯକ୍ଷା ଶ୍ରୀମତୀ ପ୍ରଧାନ ଶୁଭାରମ୍ଭ କରିବା ସହ ଅଭିଭାଷଣରେ ରାଷ୍ଟ୍ରୀୟ ଧ୍ବଜ ଓ ତ୍ରିରଙ୍ଗା ପତାକାର ଅତୀତ ରୂପରେଖ ଓ ତା’ର ସୁରକ୍ଷା ନିମିତ୍ତ ବଳିଦାନର ଇତିବୃତ୍ତ ସମ୍ପର୍କରେ ଚର୍ଚ୍ଚା କରିଥିଲା ବେଳେ ମୁଖ୍ଯ ବକ୍ତା ଶ୍ରୀ ବେହେରା ‘ହର ଘର ତ୍ରିରଙ୍ଗା’ ଅଭିଯାନର ଉଦ୍ଦେଶ୍ଯ ଓ ସ୍ବେଚ୍ଛାସେବୀମାନଙ୍କ କର୍ତ୍ତବ୍ଯ ବିଷୟରେ ଦୃଷ୍ଟି ଆକର୍ଷଣ କରାଇ ପ୍ରାକ୍ତନ ରାଷ୍ଟ୍ରପତି ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ଓ କର୍ତ୍ତବ୍ଯନିଷ୍ଠାକୁ କାହାଣୀ ମାଧ୍ଯମରେ ପୁନଃ ଆରୋପିତ କରାଇଥିଲେ। ମୁଖ୍ଯ ଅତିଥି ଡଃ ବେହେରା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ‘ନବ ଜାତୀୟ ଚେତନାର ସାର୍ଥକ ସ୍ବର’ ରୂପେ ଅଭିହିତ କରିଥିଲା ବେଳେ ‘ମାଟି ପ୍ରୀତି’, ‘ମାନବ ପ୍ରୀତି’ ଏହାର ଆଧାରଶୀଳା ବୋଲି ମତବ୍ଯକ୍ତ କରିଥିଲେ। ସ୍ବେଚ୍ଛାସେବୀମାନେ ଅଗଷ୍ଟ ୧୫ ଯାଏଁ ତ୍ରିରଙ୍ଗା ପତାକାକୁ ନିଜ ନିଜର ଘର ଉପରେ ଉଡାଇବା ସହ ସାଙ୍ଗ-ସାଥୀ, ପଡୋଶୀମାନଙ୍କୁ ମଧ୍ଯ ଉଡାଇବା ପାଇଁ ଉତ୍ସାହିତ କରନ୍ତୁ ବୋଲି +୨ କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.) ସଂଯୁକ୍ତ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ଯାପକ ବନ ବିହାରୀ କିଷାନ ପ୍ରେରିତ କରିଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ଯାପକ ଶ୍ରୀ ପାଟ୍ଟଶାଣୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରାରମ୍ଭିକ ସଂଗୀତ ‘ବିଜୟୀ ବିଶ୍ବ ତ୍ରିରଙ୍ଗା ପ୍ଯାରା’ ଗାନ କରିଥିଲେ ସ୍ବେଚ୍ଛାସେବୀ ସୁଶ୍ରୀ ଲକ୍ଷ୍ମୀ ସାମନ୍ତ, ଅନୁଶ୍ରୀ ଦାଶ, ପୂଜାରାଣୀ ମହାପାତ୍ର, କବିତା ହରିପାଲ, ଭବାନୀ ସାହୁ। କାର୍ଯ୍ଯକ୍ରମ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ +୩ ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.) ବାଳିକା ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ଶ୍ର ରଶ୍ମିପ୍ରଭା ମଥାନ। କାର୍ଯ୍ଯକ୍ରମରେ କଲେଜର ସମସ୍ତ ଅଧ୍ଯାପିକା-ଅଧ୍ଯାପକମାନେ ଉପସ୍ଥିତ ରହି ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସୁଦୂରପ୍ରସାରୀ କରାଇବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ।କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ବାଳ, ଅନ୍ନପୂର୍ଣ୍ଣା ବରାଳ, ଅନିତା ଜଗଦ୍ଦେବ, ଗୁଡି ସୁନା, ରୂପଶ୍ରୀ ଖୁଣ୍ଟିଆ, ନିଲମ ବେଗମ, ଅଙ୍କିତା ଶରଣ, ସଙ୍ଗୀତା ମହାନନ୍ଦ, ମଧୁସ୍ମିତା ଜେନା, ମନସ୍ପୀ ଜେନା, ଅର୍ଚ୍ଚନା ମହାପାତ୍ର, ସନ୍ଧ୍ଯା ସାଗର, ମଧୁସ୍ମିତା ନାୟକ, ସଙ୍ଘମିତ୍ରା ପାତ୍ର, ଅଜୟ ମିଞ୍ଜ, ରୋହିତ ରାଓ, ଧନରାମ ସିଂ, ନିରଞ୍ଜନ ଧରେଇ, ବିଶ୍ବଜିତ ବାରିକ ପ୍ରମୁଖ ସ୍ବେଚ୍ଛାସେବୀମାନେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ମାତୃଶକ୍ତି

Sunil Chandra Nayak

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!