ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

  ତ୍ରିରଙ୍ଗା

         ବନ୍ଦେ ମାତର

          

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

କେଶରୀ ଉପରେ ଧଳା ଯେ ମଝିରେ
ସବୁଜ ରଙ୍ଗଟି ତଳ
ତିନି ରଙ୍ଗ ଧରି ତ୍ରିରଙ୍ଗା ଆମରି 
ବଢାଏ ଆମରି ବଳ ….(୦)
କେଶରୀ ରଙ୍ଗରେ କହେ ସେ ଗର୍ବରେ
ସାହସ ବିରତ୍ଵ ଧରି
ମାତୃଭୂମି ପ୍ରେମ ଢାଳିବ ଅସୀମ
ହେ ଭାରତ ନରନାରୀ
ଧଳା ରଙ୍ଗ ରହି ସତ୍ୟ ଶାନ୍ତି ଦେଇ 
ଉଡେ ଏହି ଭୂମଣ୍ଡଳ …..(୧)
ସବୁଜଟି ପରା ଭାବ ଭାଇଚାରା 
ମନରେ ସଭିଙ୍କ ବୁଣି 
ଏକତା ଡୋରରେ ବାନ୍ଧଇ ଆଦରେ
ସଭିଏଁ ଭାଇ ଭଉଣୀ 
ତ୍ରିରଙ୍ଗା ଆମର ପତାକା ଗର୍ବର
ମଥା ନତ ତା’ର ତଳ……(୨)
ଅଶୋକ ଚକ୍ରର ମହିମା ଅପାର
ଚବିଶି ଅଖକୁ ଧରି 
ପତାକା ମଝିରେ ସୂଚାଏ ସଧିରେ 
ପ୍ରଗତିର ହେ ପ୍ରହରୀ
ଧର୍ମ ପଥେ ଚାଲି ଭେଦ ଭାବ ଭୁଲି
ଦେଶକୁ ଦିଅ ସୁଫଳ …..(୩)
ଉଡୁ ଫର ଫର ତ୍ରିରଙ୍ଗା ଆମର
ସଦା ତା’ର ଜୟ ହେଉ 
କି ବା ଧନ ମାନ କିବା ସ୍ବାଭିମାନ 
ତା’ ପାଇଁ ଜୀବନ ଯାଉ
ସମସ୍ତ ବିଭବ ସମ୍ମାନ ଗୌରବ 
ମାତୃଭୂମି ପାଦତଳ….(୩)
   

    ବନ୍ଦେ ମାତର

   ବନ୍ଦେ ଉତ୍କଳ ଜନନୀ

    
ଫୁଲବାଣୀ, କନ୍ଧମାଳ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୂଳସୀ

Sunil Chandra Nayak

ମହୁରି ପରିବାରର ଶାରଦୀୟ ମହାମିଳନ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂଗଠନ କୁ ମିଳିଲା “ସେବାରତ୍ନ ସମ୍ମାନ”

Sunil Chandra Nayak

Leave a Comment

error: Content is protected !!