ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

 ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି ।ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀ ସେନ ଯୋଶୀ ପତାକା ଉତ୍ତୋଳନ କରି ଦେଶ ଗଠନ ଓ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଦକ୍ଷ ସୁ ନାଗରିକ ଏବଂ ମହାପୁରୁଷଙ୍କ ଆଦର୍ଶରେ ନିଜକୁ ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟର ଅବସର ଶିକ୍ଷକ ନରେନ୍ଦ୍ର ନେଗି ,ବ୍ରଜ ମୋହନ ପାତ୍ର ,ସ୍କୁଲ କମିଟିର କର୍ମ କର୍ତ୍ତା ସମ।ନ୍ୱିତ ଅତିଥିଭାବେ ଯୋଗଦାନ କରିଥିଲେ ।ସେହି ପରି ଚିଲିଗୁଡା ଗ୍ରାମର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ବାଧିନତା ଦିବସ ପାଳନ କରାଯାଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନିରାଶ୍ରୟ ଙ୍କୁ ଆଶ୍ରୟ ପାଇଁ ଭୁମି ପୁଜନ

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

Sunil Chandra Nayak

Leave a Comment

error: Content is protected !!