ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରେ ପଡିଲା ନିମ୍ବ ଗଛ ଅଳ୍ପକେ ବର୍ତିଲେ ପରିବାର ଲୋକେ

ଚିଲିଗୁଡା ( ମ ନି ସ )  ଗତ କିଛିଦିନ ଧରି ଲାଗି ରହିଥିବା ପ୍ରବଳ ଲଗାଣ ବର୍ଷାରେ ଲୋକେ ଉବୁଟୁବୁ ହେଉଥିବା ବେଳେ ଗତ ରାତି ୧୧ ଟାରେ ଚିଲିଗୁଡା ଗ୍ରାମର ବିକ୍ରମ ସିଂ ଙ୍କ ପରିବାର ଲୋକେ ଖାଇ ପିଇ ସାରି ନିଘୋଡ଼ ନିଦରେ ଶୋଇ ରହିଥିବା ସମୟରେ ଲଗାଣ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ତାଙ୍କ ଘର ସମ୍ମୁଖରେ ଥିବା ଦୀର୍ଘ ବର୍ଷର ଏକ ବଡ଼ ନିମ୍ନ ଗଛ ତାଙ୍କ ଘର ଉପରେ ପଡିଥିଲା କିନ୍ତୁ ଏଥିରେ ପରିବାରର କିଏ ମଧ୍ୟ ଆଘାତ ହୋଇ ନ ଥିବା ବେଳେ ଘରର ଆଜବେଷ୍ଟ ନଷ୍ଟ ହେବା ସହ ଘର ଅ।ଗାର ଦ୍ୱାର ମୁହଁର ବାଡ଼ ନଷ୍ଟ ହୋଇଥିବା ଜଣାପଡିଛି ।ଖବର ପାଇ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଘଟଣା ସ୍ଥଳରେ ପହଞ୍ଚି ଜୁନାଗଡ଼ ତହସିଲଦାର ଏବଂ ବି ଡ଼ି ଓ ଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।ଏଥିରେ କୁଟେନ ଗାଁ ବନ୍ୟା ଆଶ୍ରୟ ସ୍ଥଳୀରେ କୁଟେନ ଗ୍ରାମ ବାସୀଙ୍କୁ ନେଇ ଏକ ତାଲିମ ପ୍ରଦାନ କରାଯାଇଥିଲା ।ତାଲିମରେ ବନ୍ୟା ପରିସ୍ଥିତି ଉପରେ କିପରି ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ କିପରି ସହଯୋଗ କରିବା ସେହି ବିଷୟରେ ତାଲିମ ଗ୍ରହଣ କରିଥିଲେ ।ସେହି ଯୁବକ ମାନେ ଆଜି ନିଜର ଦକ୍ଷତା ଦେଖାଇ ବିକ୍ରମ ସିଂ ଘରେ ପଡି ଥିବା ଗଛ କୁ କାଟି ସଫା କରିଥିଲେ ଏବଂ ପରିବାରର ଜୀବନ ବଞ୍ଚାଇ ଥିଲେ ।ଏହି ଘଟଣା ପରେ ଦୀର୍ଘ ସମୟ ହେଲା ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିବା ଯୋଗୁଁ ଏବେ ଚିଲିଗୁଡା ଗାଁ ଅନ୍ଧାର ଘେରରେ ରହିଛି । ବିକ୍ରମ ସିଂ ଙ୍କ ଘର ନଷ୍ଟ ହେବାରୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ଦିଗରେ ଗୁରୁତ୍ବ ଦେବା ସହ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଶ୍ଵ ହିନ୍ଦୁ ପରିଷଦ, ଦୂର୍ଗା ବାହିନୀ ର ନାରୀ ସଶକ୍ତିକରଣ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!