ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ଠାରେ ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ ଓ ଦେଶାତ୍ମବୋଧ କବିତା ଆସର ଅନୁଷ୍ଠିତ

ରାଇଘର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ଏବଂ ଦେଶାତ୍ମବୋଧ କବିତା ପାଠୋତ୍ସବ ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସଭାପତିତ୍ବ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଏଥି ସହିତ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ, ସୁସାହିତ୍ୟିକ ଡକ୍ଟର ପ୍ରଦୀପ ମିଶ୍ର, ନାଟ୍ୟକାର ଗୋପାଳ ମହାରଣା ସମ୍ମାନୀତ ଅତିଥିଭାବେ ମଞ୍ଚାସିନ ହୋଇଥିଲେ | କାର୍ଯ୍ୟକ୍ରମର ପରିଚାଳନା ଧନଞ୍ଜୟ ମଲ୍ଲ ଏବଂ କେଶବ ପଟନାୟକ କରିଥିବା ସହିତ ଅଭିରାମ ଲେଙ୍କା ଓ ସ୍ଵାଗତିକା ବାହିନୀପତି କବିତାଗୁଡିକର ସଂଯୋଜନା କରିଥିଲେ | ସଂଗ୍ରାମ ପରିଡା ସ୍ୱାଗତ ଭାଷଣ ଏବଂ ସାଗର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ | କବି ରବିନ୍ଦ୍ର ବାହିନୀପତି, ଲୋକେଶ ଜେନା, ଗୁରୁଦାସୀ ମଣ୍ଡଳ, ବୈଜୟନ୍ତୀମାଳା ରାଉତ, ଅନାମ ଚରଣ ସାହୁ, ସୁଧାଂଶୁ ନାୟକ, ଗୌରାଙ୍ଗ ପାଲ, ଅନନ୍ତ ପ୍ରସାଦ ନନ୍ଦୀ, ପ୍ରକାଶ ସାମଲ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାସ, ପୁନମ ବିଶ୍ୱାସ ପ୍ରମୁଖ ଦେଶାତ୍ମବୋଧ କବିତା ପାଠ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ଶକ୍ତିକାନ୍ତ ଜେନା, ବିଭୀଷଣ ଗଣ୍ଡ ଏବଂ ବୁଦ୍ଧେଶ୍ୱର ମଣ୍ଡଳ ପରିଚାଳନା କରିଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ସମବାୟ ସମିତିର ଡାଇରେକ୍ଟରଙ୍କ ପ୍ରଥମ ବୈଠକ ଅନୁଷ୍ଠିତ 

Sunil Chandra Nayak

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!