ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଶୁଣିମା ମଣିମା ମୋ ଗରିବ ଡାକ
    ଭାସି ଗଲି ଭବ ଜଳେ
 ଜଗତ ବାସୀଙ୍କୁ ଉଦ୍ଧାର କରିବ
      ପ୍ରଭୁ ଅଛ ନିଳାଞ୍ଚଳେ।
ଆହେ ବିଶ୍ବ ପତି ଜଗତର ପତି
     ଭକତ ଉଦ୍ଧାର ପ୍ରାଣ
ଆଶୀର୍ବାଦ ମିଳୁ ଭକ୍ତି ଭାବ କରୁ
    ଘେନ ଆମ ଏ ପ୍ରଣାମ।
ସକାଳ ଆରମ୍ଭ ତୁମରି ନାମରେ
    ସନ୍ଧ୍ୟା ହୁଏ ତୁମ ନାମେ
ବସି ଅଛି ପ୍ରଭୁ ଗମ୍ଭୀର ଭିତରେ
    ମୋ’ର ଭକ୍ତି ପୁରୀ ଧାମେ।
ଏଇଠୁ ବାଢୁଛି ସଂଜର ସଳିତା
      ଭକ୍ତିରେ ଘେନ ଅଞ୍ଜଳି
ଭଜନ କରୁଛି ରାତି ଦିନ ଧରି
     ଧରି ତୋର ଜପାମାଳି।
ତରି ଗଲେ ପାପି ଧରି ତୋର ନାମ
     ମୁକ୍ତି ଲାଭ ପୁରୀ ଧାମ
ହରିରାମ ଧରି ଜପ କରୁ ଥିବି
     ଉଦ୍ଧାରିବ ପୁଣ୍ୟ ବ୍ରହ୍ମ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ଶିକ୍ଷକ ଓ ଗ୍ରାମବାସୀ

ଘୁମରେଶ୍ଵର ଶୈବ ପୀଠ ରୁ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରୀ

Sunil Chandra Nayak

Leave a Comment

error: Content is protected !!