ଚୂନଭାଟି ପ୍ରାଥମିକ ବିଦ୍ୟାଳୟରେ ୧୬ ତାରିଖ ସକାଳେ ଖୋଲା ଗଲା ଜାତୀୟ ପତାକା
ଧର୍ମଗଡ:୧୬/୮/୨୨ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତର ଚୂନଭାଟି ପଡା ନୂତନ ପ୍ରାଥମିକ ବିଦ୍ୟାଳରେ ଗତକାଲି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ତେବେ ପତାକା ଉତ୍ତୋଳନ କରି ଶିକ୍ଷକ ମାନେ ଜେଝା ଘରକୁ ଚାଲି ଯାଇଥିବା ବେଳେ ସନ୍ଧ୍ୟା ରେ ଜାତୀୟ ପତାକା କୁ ଅବତରଣ କରି ନଥିଲେ । ଫଳ ରେ ଏହା ଆଜି ସକାଳ ଯାଏଁ ଉଡୁ ଥିଲା । ଆଜି୧୬ ଅଗଷ୍ଟ ଦିନ ସକାଳ ୯ ଘଟିକା ୨୨ ମିନିଟ ପ୍ରଯ୍ୟନ୍ତ ପତାକା ଖୋଲି ନ ଥିବା ଅଭିଯୋଗ ହେଉଛି । ଫ୍ଲାଗ ନିୟମ ଅନୁଯାୟୀ ସନ୍ଧ୍ୟା ୬ଘଟିକା ପୂର୍ବରୁ ଜାତୀୟ ପତାକା ଅବତରଣ (ଖୋଲିବା) ନିୟମ ଥିବା ବେଳେ ୨୬ ଘଣ୍ଟା ସମୟ ଧରି ସ୍କୁଲରେ ପତାକା ଉଡୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ କେଗାଁ ସିଆରସିସି ରଙ୍ଗାନାଥ ଛାତ୍ରୀଆ ଙ୍କୁ ଫୋନ ରେ ଯୋଗାଯୋଗ କରିବା ରୁ ଏହା ଏକ ବଡ ଅପରାଧ ନୁହେ ବୋଲି ଅତି ହାଲୁକା ଭାବେ ଉତ୍ତର ଦେଇଥିଲେ । ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ନବ କିଶୋର ସାହୁଙ୍କୁ ଯୋଗାଯୋଗ କରିବା ରୁ ଏହା ଉପରେ ତଦନ୍ତ ପାଇଁ ସି ଆର ସି ଙ୍କୁ ପଠାଉଛି ବୋଲି ମତାମତ ଦେଇଥିଲେ । ଶିକ୍ଷାୟତନ ରେ ଜାତୀୟ ପତାକାକୁ ଏଭଳି ଅସମ୍ମାନ କୁ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅବହେଳା କରିଥିବା ଶିକ୍ଷକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍