ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ମାମଲାରେ ତିନି ଅଟକ

ଚନ୍ଦାହାଣ୍ଡି(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ଚୋର ଆତଙ୍କ ନେଇ ଅଞ୍ଚଳ ବାସୀ ଭୟଭୀତ ରହିଥିବା ବେଳେ, ଗତକାଲି ବିଳମ୍ବିତ ରାତିରେ ଚନ୍ଦାହାଣ୍ଡି ଥାନା ବୋରିଗୁଡl ଗ୍ରାମରେ ଚୋର ସନ୍ଦେହ ରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ସୂଚନା ରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବୋରିଗୁଡା ଗ୍ରାମର ଜୈନେକ ବ୍ୟକ୍ତି ଙ୍କ ଟ୍ରାକ୍ଟର ଟ୍ରଲିର କିଛି ଜିନିଷ କୁ ଚୋରି କରିନେଉଥିବା ସମୟରେ ବୋରିଗୁଡା ମୁସଲିମ ସାହିର କିଛି ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ଚନ୍ଦାହାଣ୍ଡି ପୁଲିସ ବୋରିଗୁଡା ଗ୍ରାମର ଜୈନେକ ଯୁବକ, ରାଇଘର ଥାନା ମୁଣ୍ଡିବେଡା ଅଞ୍ଚଳର ଜଣେ ଏବଂ ଧୂପକୋଟ ଗ୍ରାମର ଜଣେ ବ୍ୟକ୍ତି କୁ ଥାନାରେ ଆଣି ଅଟକ ରଖିଥିବା ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ଥାନା ଏ ଏସ ଆଇ ଲଳିତ ମୋହନ ପଣ୍ଡା ଙ୍କୁ ପଚାରିବାରୁ ତିନି ଜଣ ବ୍ୟକ୍ତି ଙ୍କୁ ଗତକାଲି ରାତି ରୁ ଅଟକ ରଖି ଯାଇଛି କିନ୍ତୁ ଯାହାର ଚୋରି ହୋଇଛି ସେହି ବ୍ୟକ୍ତି ଲିଖିତ ଏତଲା ଦେଇନଥିବା ରୁ ମାମଲା ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି । ଯଦି ପୁଲିସ ଏଭଳି ମାମଲାକୁ ଗୁରତ୍ବ ନଦିଅନ୍ତି ତାହେଲେ ଅଞ୍ଚଳରେ ଚୋରି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଟ୍ରେଞ୍ଚ ନିର୍ମାଣ ନାମରେ ଚଞ୍ଚକତା, ସନ୍ଦେହରେ ଗ୍ରାମ ରୋଜଗାର ସେବକ, ଉଚ୍ଚ ଅଧିକାରୀ ନିରବଦ୍ରଷ୍ଟା ? 

Sunil Chandra Nayak

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!