ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ସଭା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଳ ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିପୋଖରୀ ଗ୍ରାମରେ ଆଦିବାସୀ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଦିବାସୀ ଯୁଆଙ୍ଗ ସଂଘର ସଭାପତି ଶ୍ରୀଯୁକ୍ତ ଗୋପାଳ ପ୍ରଧାନ କହିବାନୁଯାୟୀ ତତ୍କାଳୀନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ମାନସ ବାବୁ ତତ୍ତ୍ୟବଧାନରେ ଏହି ଆଞ୍ଚଳିକ ପ୍ରାଥମିକ ସ୍କୁଲ ଉଦ୍ଧଘାଟନ ହୋଇଥିଲା. ଯାହା ଜୁଆଙ୍ଗ ଜନଜାତି ପିଲାଙ୍କୁ ତାଙ୍କରି ଭାଷାରେ ପାଠ୍ୟ ଗ୍ରହଣ କରିବେ. ବିଗତ 1997 ମସିହା ଠାରୁ ଏହି ସ୍କୁଲ ଆରମ୍ଭ ହୋଇଥିଲେ ମଧ୍ୟ ଏହି ବିଦ୍ୟାଳୟ କୁ ସରକାରୀ ସହାୟତା ମିଳି ପାରିନାହିଁ, କିମ୍ବା କିଛି ବିକାଶ ମୂଳକ କାର୍ଯ୍ୟ ହୋଇପାରିନାହିଁ. ତେଣୁ ଯୁଆଙ୍ଗ ମହାସଂଘ ସରକାରୀ ସହାୟତା ପାଇଁ ହାତ ବଢ଼ାଉଛନ୍ତି ।ତାଙ୍କ ଭାଷା ଭାଷିତ ଆଞ୍ଚଳିକ ସ୍କୁଲ କୁ ବିକାଶ କରିବା ପାଇଁ ସରକାର ଙ୍କ ନିକଟରେ ଗଣମାଧ୍ୟମ ଙ୍କ ଦ୍ୱାରା ଗୁହାରି କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

Sunil Chandra Nayak

Leave a Comment

error: Content is protected !!