ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେର୍ଡିକୁପା ରୁ ନିୟମଗିରି ସବୁଠି ଉଡିଲା ତ୍ରିରଙ୍ଗା

ଜୋର ଧରିଲା ପାଇକ ରେଜିମେଣ୍ଟ ସ୍ଥାପନ ଦାବି

ଲାଞ୍ଜିଗଡ,୧୬ା୦୮(ମ ନି ସ )-୭୬ତମ ସ୍ୱାଧୀନତା ଦିବସ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କନ୍ଧମାଳ ସୀମାନ୍ତ ମେର୍ଡିକୁପାରୁ ଆରମ୍ଭ କରି ରାୟଗଡା ସୀମାନ୍ତ ନିୟମଗିରି ସବୁଠି ପାଳିତ ହୋଇଯାଇଛି । ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ବ୍ଲକର ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ନିୟମଗିରି ଶୀର୍ଷରେ ଥିବା ଆଦିମ ଜନଜାତି କୁଟିଆ କନ୍ଧ ବହୁଳ ଫୁଲଡୁମେର, କୁନାକାଡୁ, ପାଲବେରି ଆଦି ସ୍ଥାନରେ ପାଳିତ ହୋଇଥିବାବେଳେ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଓ କଲେଜ ପରିସରରେ ମଧ୍ୟ ଏହା ପାଳିତ ହୋଇଥିଲା । ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆୟୋଜିତ ବ୍ଲକସ୍ତରୀୟ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପଞ୍ଚାୟତ ଅଞ୍ଚଳବାସୀଙ୍କୁ ସମ୍ବୋଧନ କରିଥିଲେ । ତେବେ ଲାଞ୍ଜିଗଡଠାରେ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହ ଚଳିତ ବର୍ଷ ଅତ୍ୟନ୍ତ ନିଆରା ଥିଲା । କ୍ଷତ୍ରୀୟ ପାଇକ ସମାଜର ନିର୍ଦ୍ଦେଶ ଅନୁସାରେ ଏଥର ପଲ୍ଲୀ, ଉପମଣ୍ଡଳ ଓ ମଣ୍ଡଳ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବାବେଳେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ, ଶ୍ରୀଧର ପେସନିଆ, ଶିଶିର ପୂଜାରୀ, ଭୂପେନ୍ଦ୍ର ମହାରଥା, ହିମାଦ୍ରୀ ପେସନିଆଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାବେଳେ ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ସେନାବାହିନୀରେ ଏକ ପାଇକ ରେଜିମେଣ୍ଟ ସ୍ଥାପନ କରାଯିବା ଉପରେ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଦାବି ଉପସ୍ଥାପନ କରାଯିବ ବୋଲି ବକ୍ତାମାନେ ମତ ଦେଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

 

Related posts

ଢେଙ୍କାନାଳରେ ଭି ଆର ପି ସଂଘ ଗଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ଗୋଲାମୁଣ୍ଡା ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!