ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଥମ ଥର ପାଇଁ କଳାହାଣ୍ଡି ହକିଟିମ୍ ର ନେହେରୁ କପ୍ ହକି ଚାମ୍ପିଅନସିପ ରେ ଭାଗ ନେବା ପାଇଁ ରାଉରକେଲା ଗସ୍ତ

କବାନୀପାଟଣା ତା ୧୭.୮.୨୦୨୨: (ମ ନି ସ)  ଆଜି କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିବା ହକି ବାଳକ ଦଳ ( ୧୭ ବର୍ଷ ବୟସ ମଧ୍ୟରେ)ରାଉରକେଲାରେ ଆସନ୍ତା ୧୮ ତାରିଖ ରୁ ଅନୁଷ୍ଠିତ ନେହେରୁ କପ୍ ହକି ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛନ୍ତି।କଳାହାଣ୍ଡି ହକି ଟିମ୍ ରେ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୁଟ୍ରୁଖମାର ସ୍ଥିତ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ର ୧୪ ଜଣ ଛାତ୍ର ମାନଙ୍କୁ ମନୋନୀତ କରାଯାଇଛି ।ଆଜି ଏହି ଅବସରରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ , ଡି ଇ ଓ ଶ୍ରୀ ସୁଶାନ୍ତ ଚୋପଦାର ଓ ଡି ଏସ୍ ଓ ଶ୍ରୀ ସୁଭାଶିସ ନାୟକ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ ।ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ପି ଇ ଟି ଶିକ୍ଷକ ଶ୍ରୀ ସନ୍ତୋଷ ପାଣିଗ୍ରାହୀ କୋଚ୍ ଓ କୁଟ୍ରୁ ଖମାର ସ୍ଥିତ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ପି ଇ ଟି ଶିକ୍ଷକ ଶ୍ରୀ ସୁବାସ ନାଗ ମ୍ୟାନେଜର ରୂପେ ହକି ଦଳର ନେତୃତ୍ବ ନେଇଛନ୍ତି ।ସେଭଳି ୨୭ ରୁ ୩୧.୮.୨୦୨୨ପର୍ଯ୍ୟନ୍ତ ହେବାକୁଥିବା ବାଳିକା ହକି ଦଳ ( ୧୭ ବର୍ଷ ବୟସ ମଧ୍ୟରେ) ଏବଂ ୨୧ରୁ ୨୪.୮.୨୦୨୨ପର୍ଯ୍ୟନ୍ତ ହେବାକୁ ଥିବା ହକି ବାଳକ ଦଳ ( ୧୫ ବର୍ଷ ବୟସ ମଧ୍ୟରେ) ମଧ୍ୟ ଖେଳାଳି ମନୋନୀତ କରାଯାଇଛି।ହକି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍କଳ ଆଲୁମିନା କମ୍ପାନୀ ହକି କିଟ୍ ପ୍ରଦାନ କରିଛନ୍ତି।ହକି ଦଳ ବାଳକ(୧୭ ବର୍ଷ) ମଧ୍ୟରେ ଅଜିତ ନିଆଲ,ଲକ୍ଷ୍ମୀକାନ୍ତ ଲକ୍ଷ୍ମୀକାନ୍ତ ଭୋଇ,ପିଣ୍ଟୁ ଭୋଇ,ଚୈତନ୍ୟ ଝାଙ୍କର, ଇଶ୍ଵର ଧଙ୍ଗଡାମାଝୀ,ଘନପତି ସୁନାନୀ,ଚନ୍ଦନ ନାଏକ, ପ୍ରଭାତ ବାଗ,ଉମାକାନ୍ତ ସୁନାନୀ କିଶୋର କୁମାର ଦୁର୍ଗା, ତୁସମିନ୍ ସାହୁ, ତୁଷାର ନାଗ, ବିରଞ୍ଚି ମିଶ୍ର, ପ୍ରେମଜିତ୍ ପ୍ରଧାନୀ ମନୋନୀତ ହୋଇଛନ୍ତି ।କଳାହାଣ୍ଡି ହକି ଦଳ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ଶ୍ରେଷ୍ଠତା ହାସଲ କରନ୍ତୁ ଏହା ସମସ୍ତ କଳାହାଣ୍ଡିବାସୀ କାମନା କରିଛନ୍ତି।

Related posts

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଜଗନ୍ନାଥଙ୍କ ବାର୍ତ୍ତା 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!