ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା କିଅବା ଆଶିଷ ଦେବିରେ କୁମର

କିଅବା ଆଶିଷ ଦେବିରେ କୁମର

       

ନିରୁପମା ପାଣି

କିଅବା ଆଶିଷ ଦେବିରେ କୁମର
          ନିଜେତ ଶକତି ହୀନ
ତୋ ହାତ ଟେକାରେ ପେଟ ପୁରେମୋର
          ଜେଣୁ ମୁଁ ହୀନ ନିର୍ଦ୍ଧନ
ଅଭିଷପ୍ତ ତୋର ଜନମ ଜାଣିଛି
       ମୋକୋଳେ ଜନମ ଜେଣୁ
ଦୁଃଖ ଦୁର୍ଦିନରେ ତୋ ସମୟ କଟେ
           ଏକଥା ଭୁଲିନି ମନୁ
ମୋର କର୍ମ ବଳ ମୋତେ ତ ଫଳିଛି
         ତୋପରି ସୁନାକୁ ପାଇ
ହେଲେତୋ ଜୀବନ ନରକ ସମାନ
           ଅକର୍ମ ମାଆଟେ ମୁହିଁ
ଏତିକି ଡାକୁଛି ଜଗତ ନାଥଙ୍କୁ
          ଆଜିତୋ ଜନମ ଦିନେ
ସାହା ତୋତେ ସେହି ହୁଅନ୍ତୁ ସଦାଯେ
          ହସୁଥା ତୁ ରାତି ଦିନେ
ଚଲା ପଥ ତୋର ହେଉ ନିଷ୍କଣ୍ଟକ 
           ସଦା ଫୁଲ ମୟ ହେଉ
ନୀରୋଗ ଶରୀରେ ତୋ ସଂସାରେ ଥାଆ
         କି ଆଶିଷ ଦେବି ଆଉ

Related posts

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

Sunil Chandra Nayak

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

Leave a Comment

error: Content is protected !!