- ନର୍ଲା ( ମ.ପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର, ରୁପ୍ରାଠାରେ କେସିଙ୍ଗା ସଂକୁଳ ସ୍ତରୀୟ ବିଦ୍ଵତ୍ତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧିଜୀବି, ଶିକ୍ଷାବିତ , ଅଭିଭାବକ ଓ ଗୁରୁଜୀମାନଙ୍କୁ ନେଇ ଏହି ଆଲୋଚନା ଚକ୍ରରେ କେସିଙ୍ଗା ସଂକୁଳ ପ୍ରମୁଖ ତଥା ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ, ସ୍ଥାନୀୟ ବିଦ୍ୟାଳୟର ସଂପାଦକ ବୁଡୁ ମହାଲିଙ୍ଗ, ବିଜ୍ଞାନ ଶିକ୍ଷକ ଅଶୋକ ବିଶ୍ୱାଳ, ଶିକ୍ଷକ ଅଜୟ ସାହୁ ପ୍ରମୁଖ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ସଂକୁଳ ସଂଯୋଜକ ପ୍ରବିଣ ବେହେରା ମଞ୍ଚପରିଚାଳନା ଓ ଶେଷରେ ଶିଶୁ ମନ୍ଦିର ସଂପାଦକ ବୁଡୁ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି
previous post