ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ଦିଅ ଶକ୍ତି ପାଇ ଯିବି ମୁକ୍ତି 
    ଏତିକି କରୁଣା କର
ଚରଣ ଧରୁଛି ଶରଣ ପଶୁଛି
   ଭକ୍ତିର ମୋର ଈଶ୍ୱର।
ଦିନ ଦିନ ଧରି ଚାହିଁ ବସି ଅଛି
   କେତେବେଳେ ମିଳୁ ହସ
ସେହି ଆଶା ଧରି ପ୍ରତୀକ୍ଷା କରିଛି
     ମିଳୁ ଜୀବନ ସାହସ।
ତୁମ ନାମ କେବେ ତୁଣ୍ଡରୁ ଛାଡ଼ିନି
    ସଦା କାଳେ ମୋ ସ୍ମରଣ
ହୃଦୟ ଆସୁଛ ସବୁ କଥା କହି 
      ପ୍ରଭୁ ଘେନ ମୋ ପ୍ରଣାମ।
ଭଜନ କରୁଛି ଜଣାଣ କରୁଛି
    ସପନେ କରିଛ ବାସ
ଭଜୁଛି ତୁମକୁ ଦିନ ରାତି ବସି
   ପୂଜା ବର୍ଷ ଦିନ ମାସ।
ଦେଖା ଦିଅ ଅବା ଦେଖା ନଅ ଦିଅ
     ଯାଉନି ପଥକୁ ହୁଡ଼ି
କ୍ଷମା ଦିଅ ପ୍ରଭୁ ପାପ ସବୁ ଯେତେ
    ମାଗୁଛି ଏ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନୂଆଖାଇ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Sunil Chandra Nayak

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

Sunil Chandra Nayak

Leave a Comment

error: Content is protected !!