ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଡମ୍ବରୁଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ,ବୁବନେଶ୍ୱର , ଆନୁକୁଲ୍ୟରେ ସନନ୍ଦ(୨୦୨୨)

 ବ୍ୟୁରୋ -: ଦୀର୍ଘ କାଳ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ଜବାହାର ନବୋଦୟ ବିଦ୍ୟାଳୟ (ଓଡ଼ିଆ ଶିକ୍ଷକ ) ଜିଲ୍ଲା – ଗଜପତି ,ପିତା ସ୍ବର୍ଗତ ଲଷ୍ମୀନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ ପୁତ୍ର ଶ୍ରୀ ଡମ୍ବରୁଧର ବେହେରାଙ୍କୁ ଓଡ଼ିଶାସାହିତ୍ୟ ଏକାଡେମୀ,ଭୁବନେଶ୍ୱର,ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି (ଗୋଷାଣୀ ବ୍ଲକ) ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ସ୍ବରଚିତ ଦେଶାତ୍ମବୋଧ କବିତା : “ଭାରତ ଦେଶର ମହାନ ହେବା “ଆବୃତ୍ତି ପାଇଁ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କରକମଳରେ ସନନ୍ଦ ପତ୍ର ପ୍ରଦାନ କରାଯାଇଛି। ଏଥିପାଇଁ ଶ୍ରୀ ବେହେରା ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର( ଅଧ୍ୟକ୍ଷ) , ଡ . କଲ୍ୟାଣୀ ମିଶ୍ର (ସଂଯୋଜିକା ) ତଥା ସଦସ୍ୟ ,ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା (ଓଡ଼ିଶା ସାହିତ୍ୟ ଏକାଡେମୀ,ଗଜପତି, ସଦସ୍ୟଙ୍କୁ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି। ଏଥିଲାଗି ତାଙ୍କୁ ନିଜ ଜନ୍ମ ଭୂମି ସୁରଳ ଏବଂ କର୍ମ ଭୂମି ପାରଳାଖେମୁଣ୍ଡି ,ଗଜପତି ଠାରେ ସାଙ୍ଗସାଥୀ, ସହକର୍ମୀ ତଥା ବନ୍ଧୁ ସହୋଦରଙ୍କ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଛା ଆଉ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି।  ପ୍ରକାଶ ଥାଉ କି ଶ୍ରୀ ବେହେରା ପେଶାରେ ଜଣେ ଶିକ୍ଷକ ହୋଇଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସ୍ବରଚିତ କବିତା ,ଗଳ୍ପ ତଥା ପ୍ରବନ୍ଧ ଲିଖନରେ ସିଦ୍ଧହସ୍ତ ।ସାଂପ୍ରତିକ ସମାଜର ଅବ୍ୟକ୍ତ ଘଟଣାକୁ ନେଇ ତାଙ୍କର ଲେଖାଗୁଡ଼ିକ ବିଭିନ୍ନ ସମୟରେ ଓଡ଼ିଶାର ଆଗ ଧାଡ଼ିର ବିଭିନ୍ନ ଓଡ଼ିଆ ଦୈନିକ ଖବର କାଗଜ,ସାପ୍ତାହିକ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି।

Related posts

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

Sunil Chandra Nayak

ବୈଦ୍ୟରାଜ ପବିତ୍ର ଶବର ସମ୍ମାନିତ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!