ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାର ପାଇଁ  ଲ୍ୟାମ୍ପସ୍ ରେ  ତାଲା ଠୁଙ୍କିଲେ ଚାଷୀ

କୋଷାଗୁମୁଡା ୧୮|୦୮ ନବରଙ୍ଗପୁର ଜିଲ୍ଲା  କୋଷାଗୁମୁଡା ସଦର ମହକୁମା  ସ୍ଥିତ  ଲ୍ୟାମ୍ପସ୍ ରେ  ଚାଷୀ ମାନେ  ସାର ନ ମିଳିବାରୁ ତାଲା ଠୁଙ୍କିଲେ ।ଚାଷୀମାନେ ବାରମ୍ବାର ଅଭିଯୋଗ କରିଛନ୍ତି ଯେ ଚାଷୀ ମାନେ ପ୍ରତ୍ୟେକ ଦିନ ସାର ପାଇଁ ଆସୁଛନ୍ତି ଓ  ପୁଣି ଘରକୁ ଫେରି ଯାଇଛନ୍ତି l ସେମାନଂକୁ  ସଠିକ ଭାବେ କୁହଯାଉ  ନାହିଁ ଯେ କେଉଁ ଦିନ ସାର ଆସିବ ବୋଲି  l ଚାଷୀ ମାନେ ନିଜର କାମ ଧନ୍ଦା ଛାଡି ଆସୁଛନ୍ତି  ଓ ଫେରି ଯାଇଛନ୍ତି l କର୍ମଚାରୀ ଯେତେବେଳେ ଆଧାର କାର୍ଡ ଓ  ଜମି ପଟ୍ଟା ଆଣିଲ ସାର ଦିଆଯିବ ବୋଲି କହିଥିଲେ ସେ ସମୟରେ ଚାଷୀ ମାନେ ଉତ୍ୟକ୍ତ  ହୋଇ ତାଲା ଠୁଙ୍କିବା ସହ କିଛି ସମୟ ପାଇଁ  ମୁଖ୍ୟ ରାସ୍ତା ମଧ୍ୟ ବନ୍ଦ କରିଦେଇଥିଲେ l   ଓ ରାସ୍ତାର ମଝିରେ ଟାୟାର୍ ଜାଳି ଲୋକମାନଙ୍କୁ  ଯିବା ଆସିବା ପାଇଁ ଦେଉ ନ ଥିଲେ l ସଙ୍ଗେ ସଙ୍ଗେ କୋଷାଗୁମୁଡା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଓ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ବୁଝାମଣା କରିଥିଲେ  ଓ ପରେ ଚାଷୀ ମାନେ ରାସ୍ତା ରୁ  ହଟିଥିଲେ   ଓ ଲ୍ୟାମ୍ପସ୍ ପରିସରରେ ପାଟିତୁଣ୍ଡ କରୁଥିଲେ  l ପରେ ଚାଷୀ ଙ୍କୁ ଆଧାର କାର୍ଡ ପିଛା ଗୋଟିଏ ବସ୍ତା ଲେଖାଏଁ ସାର ଦିଆ ଯାଇଥିଲା  ସାର ସମସ୍ୟା ନେଇ ଅନେକ ସମୟରେ ଚାଷୀ ଆନ୍ଦୋଳନ କଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ ବର୍ତ୍ତମାନ ସମୟରେ ଯଦି ସାର ନ ମିଳେ ତାହାହେଲେ ଚାଷୀ ମୁଣ୍ଡରେ ଚଡକ ପଡିବ  l ଚାଷୀ ରୁଣ କରଜ କରି ଚାଷ କାର୍ଯ୍ୟ କରୁଥିଲାବେଳେ ଏପଟେ ସାର ପାଇଁ ରାସ୍ତା ରୋକ କରାଯାଇଥିଲା  ଏବେ ଦେଖିବାକୁ ରହିଲା ପ୍ରକୃତରେ ସାର କେବେ ଆସିବ ଚାଷୀ କେବେ ସାର ନେବେ ଓ ଜମିରେ ସାର ପ୍ରୟୋଗ କରିବେ l ଗତ ବର୍ଷ ମଧ୍ୟ  ଅଗଷ୍ଟ ୩୧ ରେ ସମାନ ଧରଣର ସମସ୍ୟା ସୃଷ୍ଟି ହୋଇଥିଲା l ଲ୍ୟାମ୍ପସ କାର୍ଯ୍ୟାଳୟ ଉପରେ ଚାଷୀ ମାନେ ଟେକା ପଥର ଫିଙ୍ଗି ସାମନା ଫାଟକ ମଧ୍ଯ ଭଙ୍ଗାରୁଜା କରିଥିଲେ I ଅନେକ ଚାଷୀ ଆହତ ମଧ୍ୟ ହୋଇଥିଲେ ଓ ଚାଷୀ ମାନଙ୍କ ନାଁ  ରେ ମଧ୍ୟ କୋଷାଗୁମୁଡା ଥାନାରେ ମାମଲା ରୁଜୁକରାଯାଇଥିଲା  I ପ୍ରତ୍ୟେକ ବର୍ଷ ସାର ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି I ସେଥି ପ୍ରତି ପ୍ରଶାସନ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଉ ନ ଥିବା ସାଧାରଣ ରେ  ପ୍ରଶ୍ନ ବାଛି  ସ୍ରୁଷ୍ଟି ହେଉଛି l ପ୍ରତ୍ୟେକ ବର୍ଷ ସାର ଆସୁଛି ଓ ସାର ଯାଉଛି କେଉଠି ତାହା ଚାଷୀ ମାନେ ଜାଣିବା ସମ୍ଭବପର ହେଉନାହିଁ I  ଜଣେ ଲ୍ୟାମ୍ପସ କର୍ମଚାରୀ  ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି I ନିର୍ଦ୍ଦେଶକ ଜଣକ ଫୋନ୍ କରିଥିଲେ ମଧ୍ଯ  ଲ୍ୟାମ୍ପସ ପରିଚାଳକ ଫୋନ୍ ରିସିଭ୍ କରୁ ନାହାଁନ୍ତି ବୋଲି ଜଣାପଡିଛି l ଏପରି ସ୍ଥଳେ କୋଷାଗୁମୁଡା ଲ୍ୟାମ୍ପସ କିପରି ଭାବରେ ଚାଲିଛି ତାହା ସହଜରେ ଅନୁମେୟ କରାଯାଇପାରେ l

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

 

 

Related posts

ବାଇକରୁ ପଡି ଅଧ୍ୟାପକ ଗୁରୁତର

Sunil Chandra Nayak

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!