ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

  ଡାବୁଗାଁ, ୧୮/୮ ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଦ୍ଵାରା ଗୁରୁବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ ଡାବୁଗାଁ ବ୍ଲକ ଅଧୀନ କୁସୁମବନ୍ଧ ଗ୍ରାମ ପାଖ ଚାଷ ଜମିରେ ଏକ ଅଜଗର ସାପ ଥିବା ଲୋକେ ଦେଖିଥିଲେ | ଲୋକେ ସଙ୍ଗେ ସଙ୍ଗେ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ | ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଜଗର ସାପ ଟିକୁ ଉଦ୍ଧାର କରିଥିଲେ | ପରେ ଡାବୁଗାଁ ପ୍ରାଣୀ ଚିକିତ୍ସାଳୟ ରେ ଭରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ ଚିକିତ୍ସା କରିବା ପରେ ଉକ୍ତ ସାପଟିକୁ ପୁନଶ୍ଚ ଜଙ୍ଗଲରେ ଛଡା ଯାଇଥିଲା | ୭.୫ ଫୁଟ ଲମ୍ବାର ଅଣ୍ଡିରା ସାପ ହୋଇଥିବା ଜଣାପଡିଛି | ଏଥିରେ ଡାବୁଗାଁ ଭରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବନରକ୍ଷୀ ସରସ୍ଵତୀ ମେହେର, କାର୍ତ୍ତିକ ମାଝି ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

ରାସ୍ତା ନିର୍ମାଣ ଦାବିରେ ଧାନ ତଳି ରୋଇ ପ୍ରତିବାଦ କଲେ ମହିମା ଗ୍ରାମବାସୀ

Sunil Chandra Nayak

ଇସ୍ପାତ ସହରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!