ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ନୂଆଖାଇ ଓ ପାର୍ବଣ ଋତୁରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା କଡି କରିବା ପାଇଁ ବ୍ୟବସାୟୀ ସଙ୍ଘର ଦାବୀ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଓ ପାର୍ବଣ ଋତୁରେ ଧର୍ମଗଡ ସହରରେ ସମ୍ଭ୍ୟାବ ଭିଡ଼କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି କରିବା ପାଇଁ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ଦାବି କରାଯାଇଛି। ଏନେଇ ବ୍ୟବସାୟୀ ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧର୍ମଗତ ଥାନା ଅଧିକାରୀ ଶ୍ରୀମତୀ ଦିପାଞ୍ଜଳି ପ୍ରଧାନ ଙ୍କୁ ଭେଟି ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗଣେଶ ପୂଜା ଓ ନୂଆଖାଇ ପାଇଁ ସହରରେ ଏବେ ଗହଳି ଲାଗି ରହିଛି ତେଣୁ ସହରର ମୁଖ୍ୟ ଛକ ମାନଙ୍କ ରେ ପୋଲିସ ପହରା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଓ ଯାନବାହାନ ଚୋରି ଓ ପକେଟ ମାର୍ ଭଳି ଘଟଣାକୁ ରୋକିବା ଭଳି ପଦକ୍ଷେପ ନେବା, ମୁଖ୍ୟ ଛକ ମାନଙ୍କରେ ସିସିଟିଭି ସ୍ଥାପନ କରି ଅସାମାଜିକ କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବା, ସହର ମଧ୍ୟରେ ଅସ୍ଥାୟୀ ଭାବେ ଦୋକାନ କରୁଥିବା ବୁଲା ବେପାରୀ ଙ୍କ ପରିଚୟ ଯାଞ୍ଚ କରି ସେମାନଙ୍କର ତଥ୍ୟ ରଖିବା, ଧର୍ମଗତର ପୁରୁଣା ଥାନା କୋଠାକୁ ଏକ ଟାଉନ ଥାନାରେ ପରିଣତ କରି ସେଠାରେ ଜଣେ ଅଧିକାରୀଙ୍କୁ ରଖି ସହର ଓ ବସ୍ତି ବାସିନ୍ଦା ଙ୍କ ଅଭିଯୋଗ ଗ୍ରହଣ କରିବାର ଦିଗରେ ପଦକ୍ଷେପ ନେବା ଓ ପୋଲିସ ପବ୍ଲିକ ବୈଠକ ନିୟମିତ ଭାବେ ଆୟୋଜନ ପାଇଁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।ଦାବୀପତ୍ର ପ୍ରଦାନ ସମୟରେ ବ୍ୟବସାୟୀ ସଙ୍ଘର ସମ୍ପାଦକ ଅରୁଣ କୁମାର ତାୟଲ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଶ୍ରବଣ କୁମାର ଅଗ୍ରୱାଲ, ଜଗନ୍ନାଥ ପୃଷ୍ଟି, ବିକାଶ ମେହେର, ବୈଦ୍ୟନାଥ ବେହେରା, ହରେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

Sunil Chandra Nayak

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

୧- ଯୁକ୍ତଦୁଇ ବିଜ୍ଞାନରେ ରିଚା ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ,୨-ଘରେ ପଶି ସୁନା ଟଙ୍କା ଲୁଟ କଲେ ଦୁବୃତ୍ତ , ୩- ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Leave a Comment

error: Content is protected !!