ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ସୁନୀଲ ଆକାଶେ ଦୁଃଖର ଛାଇ 

ସୁନୀଲ ଆକାଶେ ଦୁଃଖର ଛାଇ 

ଶ୍ରାବଣ ନାଇଁ କି ଆଷାଢ଼ ନାଇଁ 
ଘଡଘଡି ନାଇଁ କି ଚଡଚଡି ନାଇଁ
ମାରି ନାଇଁ ବିଜୁଳି
ଘୋଟି ନ ଥିଲା
କଳା ବାଦଲ କି କଳାହାଣ୍ଡିଆ ମେଘ
ତଥାପି ବି 
ସୁନୀଲ ଆକାଶେ
ଘେରିଗଲା କଳା ଛାଇ
ଦଇବ ଦେଇଗଲା ଦୁଃଖ 
ବରଷି ଗଲା ଅଦିନିଆ ବରଷା
ଆଖିରୁ ଝରାଇଲୁ ଲୁହ
ହୃଦୟରେ ବେଦନାର କୁହ
ସୁମ୍ ଶାନ୍ ପଡିଗଲା ଦୁନିଆଯାକ l
ସୁବାସିତ ଫୁଲ ସବୁ ଝଡିଗଲେ,
ଉଡିଗଲେ କପୋତ,
ସନ୍ଧ୍ୟା ରାଣୀ ନାଇଁ ଗଲେ
ଘୋଟି ଗଲା ଅମା ଅନ୍ଧକାର 
ଆମେ ସବୁ ହେଇଗଲୁ ପର 
ଆଉ ଆମ ପରିବାର 
ଭାଇ, ବନ୍ଧୁ ସହୋଦର
ଶେଷ ସମୟରେ 
କିଛି କହି ନ ପାରି
ଆଚନକ ଚାଲିଗଲେ
ଆମ ଭାଇ ସୁବାଷ ନାୟକ,
ସ୍ମୃତି କିନ୍ତୁ ରହିଗଲା ବାକି
ଖୋଜୁଛି ଏଇ ମନ ଦିନ ରାତି
ହେଲେ କାହିଁ,କାହିଁ 
ନାଇଁ ଆଉ ନାଇଁ
ସିଏ ଆଦରଣୀୟ ପୁରୁଷ 
ତାଙ୍କ କୀର୍ତ୍ତି, ଗୁଣ ଗାନ
ଜୟ ଗାନ କରେ ଆଜି 
ମାଆ ମାଣିକେଶ୍ବରୀ ଦେଶ l

                    ମମତା ସାହୁ

           ଭୁର୍ଷାଗୁଡା,ସିନ୍ଧେକେଲା ,ବଲାଙ୍ଗୀର 

Related posts

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାଶତଣ୍ଡୀ ଏବେ ହସିଲାଣି

Sunil Chandra Nayak

ଡଗରା ବନସୁରକ୍ଷା ସମିତିପକ୍ଷରୁ ବୃକ୍ଷ ରୋପଣ 

Leave a Comment

error: Content is protected !!