ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଶବ ସାହୁ ଙ୍କ କବିତା ନିଖୁଣ ପୃଥିବୀର ସନ୍ଧାନରେ

 ନିଖୁଣ ପୃଥିବୀର ସନ୍ଧାନରେ

ଅମଣିଷ ମାନଙ୍କ ରୋଜ୍ ଆଖଡ଼ା ଏଠି
କୋକେଇରେ ବନ୍ଧା 
ମଣିଷ ପଣିଆର ଶବ
ନିଧୁମ୍ ବର୍ଷାରେ ନିଆଁ ଖପରା ଧରି
ଆସୂୟାର ଅସୁର ଡାକୁଛି ଆ’ ଆ’
ସ୍ନେହ ପ୍ରେମ ଭୁଶାୟୀ
ଶାନ୍ତି ଏଠି ଲୁଚାଉଛି ଦାଗ …
କାହିଁ ଗଲା ସେନେହ ଶେଫାଳୀ
ଅସୂୟାର ସୁରୁଜକୁ ପିଠି କରି
ପଡ଼ିଲା କି ଝରି !
ଯହିଁ ଦିନେ ଝରୁଥିଲା କାମଧେନୁ ରସ
ଭାତୃଭାବ ବିକଶିତସ୍ଥଳ
ଆଜି ସେଠି ବିତର୍କର ବିଦଗ୍ଧ କୁହୁଡି
ବକୁଳର ଅବପାତ ପ୍ରାୟ
ସତ୍ୟ ଏଠି ପଡ଼ିଅଛି ଝରି
ଯେଉଁ ପ୍ରୁଥି ଗାଉଥିଲା ଦିନେ
ପ୍ରେମର ସେ ସୁଲଳିତ ସ୍ୱର
ଆଜି ସେଠି ଶକୁନ୍ତଳା
ଭାଗବାଣ୍ଟେ ପ୍ରତି ଶନିବାର
ଦୁଷ୍ମନ୍ତଟା ସତେ ବା କାହାର
ଖୋଜିଆଣ ଖୋଜିଆଣ କେହି
ଯହିଁ ପ୍ରେମ ଯାଇଛି ବାହୁଡ଼ି
ସଂତୃପ୍ତିର ପୃଥୀ ନିରବିତ
ଶ୍ୟାମଳୀମା ବକ୍ଷ୍ୟୁ ତା’ର
ଲିଭିଛି ଦିହୁଡ଼ି
ଖୋଜିଆଣ କବି ବନ୍ଧୁ ମୋର
ଆମ୍ରକୁଞ୍ଜେ କୋକିଳ କୂଜନ
ସୁମଧୁର ରାଗ ତୋଳି ପଲ୍ଲବୀତ କରୁ
ଭରି ଦେଉ ପାଷାଣରେ ପ୍ରାଣ
ହେ ପରାଜିତ ପାଷାଣ ଈଶ୍ୱର
ଏବେ ସୁଦ୍ଧା କିମ୍ପାଇ ମଉନ 
ଭିନ୍ନ ଏକ ଗଢିଦିଅ ପୃଥି
ଯହିଁ ଥିବ ପ୍ରେମ ଆଉ ପ୍ରେମ

କେଶବ ସାହୁ,

ଢେଙ୍କାନାଳ

Related posts

କର୍ଲାମୁଣ୍ଡାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ଭକ୍ତ -ଭଗବତୀ- ମହାମିଳନ

Sunil Chandra Nayak

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

Leave a Comment

error: Content is protected !!